ନୂଆପଡ଼ାରେ ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା : ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ୍ତ; ସିସିଟିଭିରେ କଏଦ ହେଲା ଦୃଶ୍ୟ

119

କନକ ବ୍ୟୁରୋ : ନୂଆପଡା ଜିଲ୍ଲା ସିନାପାଲି ସହରରେ ଦିନ ଦ୍ୱିପହରେ ଲୁଟ । ଗାଡ଼ି ଡ଼ିକିରୁ ଟଙ୍କା ନେଇ କଳା ରଙ୍ଗର ପଲସରରେ ଫେରାର ହେଲେ ଦୁବୃର୍ତ । ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ୟ । ଗତକାଲି ସିନାପାଲି ଥାନା ସାଗୁନଭାଡି ଗାଁର ବଂଶିଧର ମସରା ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ଗାଡି ଡିକିରେ ରଖିଥିଲେ ।

ଜଣଙ୍କୁ ଟଙ୍କା ଦେବା ପାଇଁ ଗାଡ଼ି ଡିକିରୁ ୫୦ ହଜାର ଟଙ୍କା ନେଇ ଯାଇଥିଲେ । ସେ ଗାଡ଼ି ପାଖରେ ନଥିବା ବେଳେ ପିଙ୍କ ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଗାଡ଼ିରୁ ୧୦ ହଜାର ଟଙ୍କା ଲୁଟ କରିଥିଲା । ଏହା ପରେ ଏକ କଳା ରଙ୍ଗର ପଲସର ଗାଡ଼ିରେ ବସି ଫେରାର ହୋଇଯାଇଥିଲା ଦୁବୃର୍ତ । ଲୁଟ ସମୟର ସମ୍ପୁର୍ଣ୍ଣ ଦୃଶ୍ୟ ଘଟଣା ସ୍ଥାନରେ ଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୁଲିସ ।