ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ ଜବତ : କିଏ କିଏ ଯାଇଥିଲେ ତାର ହେଉଛି ଛାନଭିନ

ଆର୍ଥିକ କାରବାର ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଏସଆଇଟିର ଖୋଳତାଡ଼; ସେପଟେ ଅଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ

221

କନକ ବ୍ୟୁରୋ : ଖୋଲିବ ଆଇଏଫଏସ ଅଭୟ ପାଠକଙ୍କ ଦୁର୍ନୀତିର ପେଡି । ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ ଜବତ ହୋଇଛି । କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନଭିନ ଚାଲିଛି । ଆହୁରି ଫୁଟେଜ ଖୋଜା ଚାଲିଛି । ସେପଟେ ଅଭୟ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି ଏସଆଇଟି ।

ସେପଟେ, ପାଠକ ଲିଙ୍କରେ ବ୍ରହ୍ମପୁରରେ ଏସଆଇଟି ଟିମର ଖୋଳତାଡ । ୪ଟି ବ୍ୟାଙ୍କରେ ଯାଚଂ କରାଯାଉଛି ।ଆଇସିଆଇସିଆଇ ପ୍ରୁଡେନସିଆଲ ଇନସୁରାନ୍ସ ସଂସ୍ଥା, ଦେନା ବ୍ୟାଙ୍କ, ଏସବିଆଇ ମେଡିକାଲ ବ୍ରାଂଚ ଓ ଆକ୍ସିସ ବ୍ୟାଙ୍କର ଆର୍ଥିକ କାରବାର ନେଇ ଖୋଳତାଡ଼ ଚାଲିଛି । ଗଂଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ବିଭାଗର ଉଚ୍ଚ ପଦପଦବୀରେ ଥିବା ଆଇଏଫଏସ ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡିଥିଲା ବୋଲି କୁହାଯାଉଛି । ଅଭୟ ପାଠକ ୨୦୦୪ ଜୁନ ୨୮ରୁ ୨୦୦୬ ଜୁନ ୨୧ ପର୍ଯ୍ୟନ୍ତ ବ୍ରହ୍ମପୁର ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।