କଟକ ସୁନା ଋଣ ସଂସ୍ଥାରୁ ୨୦ କୋଟି ଲୁଟ ଘଟଣାର ଆସିଲା ସିସିଟିଭି ଫୁଟେଜ । ଡକାୟତିଙ୍କୁ ଧରିବାକୁ ଗଞ୍ଜାମର କିଛି ସ୍ଥାନରେ କଟକ ପୁଲିସର ଛାନଭିନ

Advertisment
କଟକ ସୁନା ଋଣ ସଂସ୍ଥାରୁ ୨୦ କୋଟି ଲୁଟ ଘଟଣାର ଆସିଲା ସିସିଟିଭି ଫୁଟେଜ । ଡକାୟତିଙ୍କୁ ଧରିବାକୁ ଗଞ୍ଜାମର କିଛି ସ୍ଥାନରେ କଟକ ପୁଲିସର ଛାନଭିନ

କନକ ବ୍ୟୁରୋ : କଟକ ସୁନା ଋଣ ସଂସ୍ଥାରୁ ୨୦ କୋଟି ଲୁଟ ଘଟଣାର ଆସିଲା ସିସିଟିଭି ଫୁଟେଜ । ବାଇକରେ ମୁଖାପିନ୍ଧି ଯାଉଥିବାର ସିସିଟିଭିରେ ଦେଖିବାକୁ ମିଳିଛି । ସେପଟେ ଡକାୟତିଙ୍କୁ ଧରିବାକୁ ଗଂଜାମର କିଛି ସ୍ଥାନରେ କଟକ ପୁଲିସ ଛାନଭିନ କରିଛି । କଟକ ନୟାସଡ଼କ ସ୍ଥିତ ସୁନା ଋଣ ସଂସ୍ଥା ଆଇଆଇଏଫଏଲରୁ ଡକାୟତି ମାନେ ୨୦ କୋଟି ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଥିଲେ । ଏମାନଙ୍କୁ ଏଯାଏ ଧରିବାରେ ପୁଲିସ ସକ୍ଷମ ହୋଇନଥିବା ବେଳେ ଛାନଭିନ ଜାରି ରଖିଛି ।

ଗତ କିଛିଦିନ ତଳେ କଟକ ନୟାସଡକ ଅଞ୍ଚଳରୁ ରହସ୍ୟଜନକ ଭାବେ ଏକ ସୁନା ଋଣ ସଂସ୍ଥାରୁ ଲୁଟ ହୋଇଥିଲା । ଆଇଆଇଏଫଏଲ ସୁନା ଋଣ ସଂସ୍ଥାରୁ ବନ୍ଧୁକ ଦେଖାଇ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଏହାପରେ ଲୁଟେରାଙ୍କ କୌଣସି ଟେର ପାଇନଥିଲା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe