କନକ ବ୍ୟୁରୋ : କଟକ ସୁନା ଋଣ ସଂସ୍ଥାରୁ ୨୦ କୋଟି ଲୁଟ ଘଟଣାର ଆସିଲା ସିସିଟିଭି ଫୁଟେଜ । ବାଇକରେ ମୁଖାପିନ୍ଧି ଯାଉଥିବାର ସିସିଟିଭିରେ ଦେଖିବାକୁ ମିଳିଛି । ସେପଟେ ଡକାୟତିଙ୍କୁ ଧରିବାକୁ ଗଂଜାମର କିଛି ସ୍ଥାନରେ କଟକ ପୁଲିସ ଛାନଭିନ କରିଛି । କଟକ ନୟାସଡ଼କ ସ୍ଥିତ ସୁନା ଋଣ ସଂସ୍ଥା ଆଇଆଇଏଫଏଲରୁ ଡକାୟତି ମାନେ ୨୦ କୋଟି ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଥିଲେ । ଏମାନଙ୍କୁ ଏଯାଏ ଧରିବାରେ ପୁଲିସ ସକ୍ଷମ ହୋଇନଥିବା ବେଳେ ଛାନଭିନ ଜାରି ରଖିଛି ।
ଗତ କିଛିଦିନ ତଳେ କଟକ ନୟାସଡକ ଅଞ୍ଚଳରୁ ରହସ୍ୟଜନକ ଭାବେ ଏକ ସୁନା ଋଣ ସଂସ୍ଥାରୁ ଲୁଟ ହୋଇଥିଲା । ଆଇଆଇଏଫଏଲ ସୁନା ଋଣ ସଂସ୍ଥାରୁ ବନ୍ଧୁକ ଦେଖାଇ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଏହାପରେ ଲୁଟେରାଙ୍କ କୌଣସି ଟେର ପାଇନଥିଲା ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/13-28.jpg)