କନକ ବ୍ୟୁରୋ : ରାତିରେ ଆସିଲେ, ଯାହା ପାରିଲେ ତାହା ଲୁଟିଲେ । ଘର ମାଲିକ ଶୋଇଥିବା ବେଳେ ବୁଲାଇଲେ କଳାକନା । ଆଖି ପିଛୁଳାକେ ନେଇଗଲେ ୮ ଭରିର ସୁନା ସହ କିଲେ ରୁପା ଲକ୍ଷେ ଟଙ୍କା । ସିସିଟିଭିରେ କଏଦ ହେଲା ଲୁଟେରା ଘରେ ପଶୁଥିବାର ଚିତ୍ର । ଧଉଳି ଥାନା ନୂଆ ଗାଁ ଲେନ ୨ ବିଜୟ ବିହାରରେ ଘଟିଛି ଘଟଣା । ଅଭିଯୋଗ ପରେ ଛାନଭିନ ଆରମ୍ଭ କରି ତଦନ୍ତ ଚଳାଇଛି ଧଉଳି ଥାନା ପୋଲିସ ।