୭ ମିନିଟରେ ୨୭ ଲକ୍ଷ ସଫା । ସାମନାକୁ ଆସିଲା ଭୁବନେଶ୍ୱର ଏଟିଏମ ଲୁଟର ସିସିଟିଭି ଫୁଟେଜ୍ । ପୁଲିସ କହିଲା, ବାଇକରେ ଆସିଲେ, ଗ୍ୟାସକଟରରେ କାଟି ଟଙ୍କା ଲୁଟି ନେଲେ ୨ ଦୃର୍ବୃତ ।

741

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପଟିଆ ଅଂଚଳରେ ଥିବା ଏକ ଏଟିଏମ୍କୁ ଭାଙ୍ଗି ୨୭ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି ଦୁର୍ବୃତ । ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ଏହି ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମର ଆଇରନ ଚେଷ୍ଟ କାଟି ଟଙ୍କା ଲୁଟି ନେଇଛନ୍ତି ୨ ଜଣ ଦୁର୍ବୃତ ।

ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ଗ୍ୟାସ୍ କଟରରେ ଏଟିଏମ୍କୁ ଭାଙ୍ଗି ସେଥିରୁ ଟଙ୍କା ଲୁଟ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରୀରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରୁ ଗ୍ୟାସ କଟର ଜବତ ହୋଇଛି । ଏଟିଏମରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ପାଖରେ ପହଂଚିବାକୁ କମିସନରେଟ ପୁଲିସ ଉଦ୍ୟମ କରୁଛି ।

ତେବେ ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଅପରାଧ ବଢିବାରେ ଲାଗିଛି । କିଛିଦିନ ତଳେ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ କରିଥିବା ବେଳେ ତାକୁ ଗିରଫ କରାଯାଇଛି । ସେହିପରି ସାମନ୍ତରାପୁର ଅଞ୍ଚଳରେ ହତ୍ୟା ଘଟଣା ଏବେ କମିସନରେଟ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି ।

Comments are closed.