କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପଟିଆ ଅଂଚଳରେ ଥିବା ଏକ ଏଟିଏମ୍କୁ ଭାଙ୍ଗି ୨୭ ଲକ୍ଷ ଟଙ୍କା ଲୁଟ୍ କରି ନେଇଛନ୍ତି ଦୁର୍ବୃତ । ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ଏହି ଲୁଟ ହୋଇଛି । ଗ୍ୟାସ କଟରରେ ଏଟିଏମର ଆଇରନ ଚେଷ୍ଟ କାଟି ଟଙ୍କା ଲୁଟି ନେଇଛନ୍ତି ୨ ଜଣ ଦୁର୍ବୃତ ।
ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ଗ୍ୟାସ୍ କଟରରେ ଏଟିଏମ୍କୁ ଭାଙ୍ଗି ସେଥିରୁ ଟଙ୍କା ଲୁଟ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରୀରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରୁ ଗ୍ୟାସ କଟର ଜବତ ହୋଇଛି । ଏଟିଏମରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ପାଖରେ ପହଂଚିବାକୁ କମିସନରେଟ ପୁଲିସ ଉଦ୍ୟମ କରୁଛି ।
ତେବେ ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଅପରାଧ ବଢିବାରେ ଲାଗିଛି । କିଛିଦିନ ତଳେ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ କରିଥିବା ବେଳେ ତାକୁ ଗିରଫ କରାଯାଇଛି । ସେହିପରି ସାମନ୍ତରାପୁର ଅଞ୍ଚଳରେ ହତ୍ୟା ଘଟଣା ଏବେ କମିସନରେଟ ପୋଲିସ ପାଇଁ ଚିନ୍ତା ବଢାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/23-10.jpg)