କନକ ବ୍ୟୁରୋ : ସିସିଟିଭିରେ କଏଦ୍ ହେଲା ଏଟିଏମ୍ ରୁମରୁ ଲୁଟର ଲାଇଭ୍ ଭିଜୁଆଲ । ରାଜମହଲସ୍ଥିତ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ଏଟିଏମରେ ଥିବା ସିସିଟିଭିରେ କଏଦ୍ ହୋଇଛି ଏହି ଚିତ୍ର । ଦୃଶ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡୁଛି କଥା କହିବା ଛଳରେ ଲୁଟ କରୁଛି ଲୁଟେରା । ଏଟିଏମରେ ଥିବା ଟଙ୍କା ଜମା ମେସିନରେ ଜମା କରିବାକୁ ଯାଇଥିବା ଝାରପଡା ଅଂଚଳର ସତ୍ୟନାରାୟଣ ପାତ୍ରଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଏହି ଲୁଟେରା ।
ସତ୍ୟନାରାୟଣଙ୍କ କହିବା ଅନୁସାରେ ରବିବାର ହୋଇଥିବାରୁ ସେଦିନ ବ୍ୟାଙ୍କ ଛୁଟି ଥିଲା, ତେଣୁ ସେ ଏଟିଏମ ଜମା ମେସିନରେ ଟଙ୍କା ଜମା କରିବାକୁ ଆସିଥିଲେ । ସେ ଅଢ଼େଇ ଲକ୍ଷ ଟଙ୍କା ଜମା କରିବାକୁ ଆଣିଥିଲେ ଏବଂ ତାଙ୍କ ସାଥିରେ ତାଙ୍କ ନାତିନାତୁଣି ଆସିଥିଲେ । ଦେଢ଼ ଲକ୍ଷ ଟଙ୍କା ଜମା ମଧ୍ୟ କରିସାରିଥିଲେ । ଏହି ସମୟରେ ଲୁଟେରା ଜଣକ ତାଙ୍କ ନାତିଙ୍କ ସହ କଥା ହେବା ବାହାନା କରି ଏଟିଏମ ଭିତରକୁ ଆସିଥିଲେ । ଏବଂ ଅତି ଚତୁରତାର ସହ ଅବଶିଷ୍ଟ ଲକ୍ଷେ ଟଙ୍କା ନେଇ ଚମ୍ପଟ ମାରିଥିଲେ । ସତ୍ୟନାରାୟଣ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭ୍ ଫୁଟେଜକୁ ଯାଂଚ କରବା ପରେ ଏହି ଦୃଶ୍ୟ ସାମନାକୁ ଆସିଛି । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ତନାଘନା ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/vlcsnap-2017-09-20-20h36m57s152.png)