ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ମାରୁଛି କିଏ ? ଏଣିକି ସିସିଟିଭିରେ କଏଦ ହେବ ଭକ୍ତ ଓ ସେବାୟତଙ୍କ କାର୍ଯ୍ୟକଳାପ

41

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନରେ ସେବାୟତଙ୍କୁ ଜଗିବ କ୍ୟାମେରା । ଜଗମୋହନରେ ଲାଗିଛି ୨ଟି ସିସିଟିଭି । ଜୟବିଜୟ ଦ୍ୱାରକୁ ମୁହଁ କରି ଗୋଟିଏ ସିସିଟଭି ଲାଗିଥିବାବେଳେ ବେହରଣ ଦ୍ୱାରକୁ ମୁହଁକରି ଆଉ ଏକ ସିସିଟିଭି ଲାଗିଛିା ଭକ୍ତମାନେ ଯେଉଁସମୟରେ ଜଗମୋହନରେ ପ୍ରବେଶ କରିବେ ସେହି ସମୟରେ ହିଁ ସିସିଟିଭି କାମ କରିବ । ପୂଜାନୀତି ସମୟରେ ସିସିଟିଭିକୁ ବନ୍ଦ ରଖାଯିବ । ସେହିଭଳି ଅଣସର ଓ ଅନ୍ୟ ଗୁପ୍ତନୀତି ସମୟରେ ସିସିଟିଭି ବନ୍ଦ ରହିବ ।

puriସେବାୟତଙ୍କ ଆଚରଣ, ଉଚ୍ଚାରଣ ଓ ଭକ୍ତଙ୍କ ପ୍ରତି ଆଭିମୁଖ୍ୟକୁ ନଜରରେ ରଖିବା ପାଇଁ ଜଗମୋହନରେ ଏହି ସିସିଟିଭି ଲଗାଯାଇଛି । କାଲିଠୁ ଏହି ସିସି ଟିଭି କାର୍ଯ୍ୟକ୍ଷମ ହେବ । ରବିବାର ଭକ୍ତଙ୍କୁ ସେବାୟତଙ୍କ ମାଡ ଘଟଣା ପରେ ଚେତିଛି ଶ୍ରୀମନ୍ଦିର ପ୍ରଶାସନ । ଭିତର କାଠ ବା ଜଗମୋହନରେ ଲଗାଯାଇଛି ଦୁଇଟି ସିସିଟିଭି । ସିସିଟିଭି ଭିତରକାଠ ନିକଟରେ ଲଗାଯିବା ପ୍ରସଙ୍ଗକୁ ସ୍ୱାଗତ କରିଛନ୍ତି ଅନ୍ୟ ସେବାୟତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଏହି ସିସିଟିଭିର ପରିଚାଳନା ଦାୟିତ୍ୱରେ ରହିବେ ।

ସିସିଟିଭି ଲଗାଯିବା ପରେ ଭକ୍ତଙ୍କ ଶୃଙ୍କଳିତ ଦର୍ଶନ ସହ ଅନେକ ଅଘଟଣକୁ ନେଇ ଦୋଷ କାହାର ତାର ସବିଶେଷ ପ୍ରମାଣ ମିଳିପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ତେବେ ଶ୍ରୀମନ୍ଦିର ପ୍ରଶାସକ ଯେଉଁ ନିଷ୍ପତି ନେଇଛନ୍ତି ତାହା ସେବାୟତଙ୍କୁ ଶୃଙ୍ଖଳିତ କରିପାରୁଛି କି ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।