ଚୋରି କରିବାକୁ ଆସିଥିଲା , ସିସିଟିଭି କ୍ୟାମେରାରେ ଧରାପଡିଲା । ବାଇକ ଚୋରି ବେଳର ଦୃଶ୍ୟ କଏଦ ହେଲା ସିସିଟିଭିରେ

1,071

କନକ ବ୍ୟୁରୋ : ବାଇକ୍ ଲୁଟର ଲାଇଭ୍ ଭିଜୁଆଲ । ପଳାଶୁଣି ଅଂଚଳରୁ ଲୁଟେରା ଲୁଟ କରିବାବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ । କଏଦ ହୋଇଥିବା ଭିଜୁଆଲରୁ ଜଣାପଡୁଛି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି । ଲୁଟେରା ଜଣଙ୍କ ଚାଲିଚାଲି ଆସୁଛି । ଚୋର ଜଣଙ୍କ ଏପଟ ସେପଟ ଦେଖୁଛି । ତାପରେ ଘର ସାମନାରେ ବହୁତ ପୁରୁଣା ଗାଡି ରଖାଯାଇଥିଲେ ମଧ୍ୟ ନୂଆ ଗାଡି ଦେଖି ଚୋରି କରି ନେଇଛି । ବିଜୟ ପ୍ରଧାନ ନାମକ ଜଣେ ଯୁବକ ମାସକ ତଳେ ଏହି ନୂଆ ହୁଣ୍ଡା ୟୁନିକର୍ଣ୍ଣ କିଣିଥିଲେ । ତେବେ କହିବାକୁ ଗଲେ କ୍ରମାଗତ ଭାବରେ ରାଜଧାନୀରେ ଏପରି ମାମଲା ବଢିବାରେ ଲାଗିଛି ।

ପୂର୍ବରୁ ମଧ୍ୟ ରସୁଲଗଡରେ ଜଣେ ହୋଟେଲ ମାଲିକଙ୍କୁ ପାଖରୁ ରାସ୍ତାରୁ ସୁନା ଚେନ ଲୁଟ କରିଥିବା ଘଟଣା ମନରୁ ଲିଭିନଥିବା ବେଳେ ଏବେ ପୁଣି ଥରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ସେପଟେ ବାରମ୍ବାର ଏପରି ଅଭିଯୋଗ ହେବା ପରେ କାହିଁକି ଘଟଣାର ପୁନରାବୃତି ହେଉଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିଆଁ ଲିଭାଇବା ପାଇଁ ମେସିନ ରଖିବାକୁ ସରକାରୀ କର୍ମଚାରୀ କହୁଛନ୍ତି । ଆମେ ରଖିଲୁ ଏହାପରେ ଚୋର ଧରିବା ଲାଗି ସିସିଟିଭି ଲଗାଇବା ଲାଗି କହୁଛନ୍ତି ତାହା କଲୁ । ହେଲେ ବାରମ୍ବାର ଏପରି ଘଟଣା ହେଉଛି କାହିଁକି? ଲାଗୁଛି ପୋଲିସର ଏପରି ଅପରାଧୀଙ୍କ ସହ କିଛି ସମ୍ପର୍କ ରହିଛି ।