ସନ୍ଧ୍ୟା ୬ଟା ୩୦ରେ ସିସିଏସ୍ ବୈଠକ । ପ୍ରଧାନମନ୍ତ୍ରୀ ଆବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

222

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୬ଟା ୩୦ରେ ବସିବ ସିସିଏସ ବୈଠକ । ପ୍ରଧାନମନ୍ତ୍ରୀ ଆବାସରେ ଏହି ଗୁରୁତ୍ୱପୂର୍ଣ୍ଣ ସିସିଏସ ବୈଠକ ବସିବାକୁ ଯାଉଛି । ସିସିଏସ ଅର୍ଥାତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି । ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଏହି ବୈଠକ ବସିବ ।

ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତ୍, ତାଙ୍କ ପରିବାର ଲୋକ ଏବଂ ସେନା ଅଧିକାରୀ ଥିଲେ । ସେନାର ଏମଆଇ-୧୭-ଭି-ଫାଇଭ ଚପର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର ଯାଞ୍ଚ ଆଦେଶ ଦେଇଛି ବାୟୁସେନା । ତେବେ ହେଲିପ୍ଟରରେ ଥିବା୧୪ ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।