କନକ ବ୍ୟୁରୋ : ଚଳିତ ଶିକ୍ଷା ବର୍ଷରେ ସିବିଏସଇରେ ୯୧ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଓଡିଶା ବୋର୍ଡରେ ୭୮ ଦଶମିକ ୭୬ ପ୍ରତିଶତ ପାସ୍ କରିଛନ୍ତି । ପ୍ରଶ୍ନ ଉଠୁଛି, ଏହି ଦୁଇଟି ବ୍ୟବସ୍ଥା ଭିତରେ ଏତେ ପାର୍ଥକ୍ୟ କାହିଁକି ।

Advertisment

କେନ୍ଦ୍ର ସରକାରଙ୍କ ସିବିଏସଇ ପାଠ୍ୟକ୍ରମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାସ ହାର ଓଡ଼ିଶା ବୋର୍ଡର ପାସ ହାର ଠାରୁ ପ୍ରାୟ ୧୩ ପ୍ରତିଶତ ଅଧିକ । କେବଳ ପାସ ହାର ନୁହେଁ, ସିବିଏସଇ ପିଲାମାନେ ଯେତିକି ନମ୍ବର ରଖିବାକୁ ସକ୍ଷମ ହେଉଛନ୍ତି, ସେହି ଅନୁରୂପ ରେଜଲ୍ଟ ହୋଇପାରୁନି ଓଡ଼ିଶା ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କର ।

publive-imageଇଂରାଜୀ ମିଡିୟମ୍ ସ୍କୁଲରେ ପଢ଼ିଲେ ବଢ଼େ କି ମେଧାଶକ୍ତି  ? ଓଡ଼ିଆ ସ୍କୁଲରେ ପଢ଼ିଲେ ହୁଏ କି ସମସ୍ୟା ? ଏହି ପ୍ରଶ୍ନର ଉତ୍ତର ସିଧାସଳଖ ହୁଏତ କେହି ଦେଇନପାରନ୍ତି, ତେବେ ପ୍ରତ୍ୟେକ ବର୍ଷ ଦେଖାଯାଏ ଇଂରାଜୀ ମିଡିୟମ୍ ସ୍କୁଲର ପିଲା ଅଧିକ ପାସ୍ କରନ୍ତି ଏବଂ ଅଧିକ ନମ୍ବର ରଖିବାକୁ ସକ୍ଷମ ହୁଅନ୍ତି ।

ଏବେ ନଜର ପକାନ୍ତୁ, ଏହାର କାରଣ କ’ଣ ହୋଇପାରେ ?

୧ – ଓଡ଼ିଶା ବୋର୍ଡ ଓ ସିବିଏସଇର ମୂଲ୍ୟାୟନ ବ୍ୟବସ୍ଥାରେ ତାରତମ୍ୟ ରହିଛି
୨ – ସିବିଏସଇର ପାଠପଢ଼ା ପ୍ରଣାଳୀ ପରୀକ୍ଷାକୁ ଦୃଷ୍ଟିରେ ରଖି କରାଯାଏ
୩ – ସିବିଏସଇ ପରୀକ୍ଷାରେ ସଂକ୍ଷିପ୍ତ ପ୍ରଶ୍ନାବଳୀକୁ ଗୁରୁତ୍ୱ ଦିଆଯାଇଥାଏ
ଯାହା ପିଲାମାନଙ୍କୁ ଅଧିକ ନମ୍ବର ରଖିବାରେ ସାହାଯ୍ୟ କରିଥାଏ
୪ – ଓଡ଼ିଶା ବୋର୍ଡର ପରୀକ୍ଷା ପ୍ରଶ୍ନାବଳୀ ଦୀର୍ଘ ଓ ବିଷୟଭିତ୍ତିକ ହୋଇଥାଏ
ଯେଉଁଥିରେ ଅଧିକ ନମ୍ବର ରଖିବା କଷ୍ଟକର ହୋଇଥାଏ
୫ – ଇଂରାଜୀ ମିଡିୟମରେ ସ୍ୱଚ୍ଛଳ ବର୍ଗରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରହିଥାନ୍ତି
ପିଲାମାନଙ୍କ ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି ପରିବାର

ସିବିଏସଇ ଠାରୁ ଓଡ଼ିଶା ସ୍କୁଲର ଛାତ୍ରଛାତ୍ରୀମାନେ ତୁଳନାତ୍ମକ ଭାବେ କମ୍ ନମ୍ବର ରଖୁଥିବାରୁ ଯୁକ୍ତ ୨ ନାମଲେଖାରେ ଏହାର ପ୍ରଭାବ ପଡ଼ିପାରେ ।