କନକ ବ୍ୟୁରୋ : କରୋନା ସଂକ୍ରମଣ କମିବା ପରେ ସିବିଏସଇ ଟର୍ମ-୨ ଥିଓରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୨୬ ତାରିଖରୁ ଏହି ପରୀକ୍ଷା ହେବ । ତେବେ ପରୀକ୍ଷାର ସର୍ବଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଜାରି ହେବ । ସିବିଏସଇ ପରୀକ୍ଷା କଂଟ୍ରୋଲର ସ୍ୱୟଂ ଭରଦ୍ୱାଜ କହିଛନ୍ତି ଯେ, ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଅଫଲାଇନରେ କରାଯିବ । ଏହି ଘୋଷଣା ପରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରଚୁର ସମୟ ମିଳିଯାଇଛି ।
କରୋନା ମହାମାରୀ କାରଣରୁ ୫ ଜୁଲାଇ ୨୦୨୧ରେ ସିବିଏସଇ ଦୁଇଟି ଟର୍ମରେ ପରୀକ୍ଷା କରିବାକୁ ଘୋଷଣା କରିଥିଲା । ଟର୍ମ-୨ରେ ଛାତ୍ରଛାତ୍ରୀଙ୍କୁ ଅବଜେକଟିଭ ଓ ସବଜେକଟିଭ ପ୍ରଶ୍ନ ପଚରାଯିବ । ଟର୍ମ-୧ରେ କେବଳ ଅବଜେକଟିଭ ପ୍ରଶ୍ନ ପଚରାଯାଇଥିଲା । ପ୍ରଥମ ଥର ଲାଗି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରୁଛି । ତେବେ ସିବିଏସଇ ପ୍ରାଟିକାଲ ପରୀକ୍ଷା ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚରେ ହୋଇପାରେ । ଏ ନେଇ କିଛି ଘୋଷଣା କରାଯାଇନାହିଁ ।
ଛାତ୍ରଛାତ୍ରୀଙ୍କୁ ଆଲଟ୍ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସେମାନେ ପରୀକ୍ଷା ଦେବେ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ତାରିଖ ଖୁବ୍ଶୀଘ୍ର ପରିଷଦ ୱେବସାଇଟ୍ www.cbse.nic.in ରେ ଉପଲବ୍ଧ ହେବ। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ତଥ୍ୟକୁ ବିଶ୍ବାସ ନ କରି ବୋର୍ଡ ୱେବସାଇଟ୍ରୁ ସମ୍ପୂର୍ଣ୍ଣ ସୂଚନା ହାସଲ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/4-15.jpg)