ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ସୂଚୀ ପ୍ରକାଶିତ । ଜାଣନ୍ତୁ, କେବେ ରହିଛି କେଉଁ ପରୀକ୍ଷା…

147

କନକ ବ୍ୟୁରୋ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ ପ୍ରକାଶିତ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ । ଏଥିପାଇଁ ଆଜି ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।

ତେବେ ଦଶମ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ପାଇଁ ସ୍କୁଲ ଦିନ ଧାର୍ଯ୍ୟ କରିବ । ଯାହାକି ଆସନ୍ତା ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବ । ସେହିପରି ଦ୍ୱାଦଶ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଇଛି । ଏହାପରେ ନଭେମ୍ବର ୩୦ ଓ ଡିସେମ୍ବର ୧ରୁ ପ୍ରମୁଖ ବିଷୟର ପରୀକ୍ଷା ଆରମ୍ଭ ହେବ ।

ପ୍ରତି ପ୍ରମୁଖ ବିଷୟର ପରୀକ୍ଷା ଦେଢ ଘଣ୍ଟା ହେବ । ଏହି ପରୀକ୍ଷାରେ ପିଲାଙ୍କୁ ୨୦ ମିନିଟ୍ ବଦଳରେ ଏବେ ୧୫ ମିନିଟ୍ ପାଇଁ ପଢିବାକୁ ସମୟ ମିଳିବ । ତେବେ ଶୀତଋତୁକୁ ଆଖି ଆଗରେ ରଖି ପରୀକ୍ଷାର ସମୟ ସାଢେ ୧୦ଟା ବଦଳରେ ସାଢେ ୧୧ଟାରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପରୀକ୍ଷା ସମ୍ବନ୍ଧୀୟ ଅନ୍ୟ ଜରୁରୀ ସୂଚନା ପିଲାଙ୍କ ଆଡମିଟ୍ କାର୍ଡରେ ଉଲ୍ଲେଖ କରାଯିବ ବୋଲି କୁହାଯାଇଛି । ତା ସହିତ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ସିବିଏସଇର ଅଫିସିଆଲ୍ ୱେବସାଇଟର ସାହାଯ୍ୟ ମଧ୍ୟ ନେଇପାରିବେ ।