ଏଣିକି ସିବିଏସଇ ପରୀକ୍ଷା ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ !

57

କନକ ବ୍ୟୁରୋ : ଏଣିକି ସିବିଏସଇ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ । ନବମ ଓ ଏକାଦଶ ପରୀକ୍ଷା ପାଇଁ ପଂଜୀକରଣ ପାଇଁ ଏହାକୁ ବାଧ୍ୟତାମୂଳକ କରିଛି ସିବିଏସଇ । ଏନେଇ ସିବିଏସଇ ପକ୍ଷରୁ ଗତ ୨୬ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି । ଏହା ଛଡା ସମସ୍ତ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟ ମଧ୍ୟ ସ୍ୱତନ୍ତ୍ର ଭାବେ ପଂଜୀକରଣ କରିବାକୁ ମଧ୍ୟ କୁହାଯାଇଛି ।

ପ୍ରଥମ ଥର ପାଇଁ କୌଣସି ଏକ ବୋର୍ଡ ଆଧାରକୁ ବାଧ୍ୟତାମୂଳକ କରିଛି । କିନ୍ତୁ ଗୋପନୀୟତାର ଅଧିକାର ପ୍ରସଙ୍ଗ ସୁପ୍ରିମକୋର୍ଟ ରାୟ ଦେଇଥିବା ବେଳେ ଆଧାର ବାଧ୍ୟତାମୂଳକ କେତେ ଗ୍ରହଣୀୟ ହେବ? ଏବେ ଆଧାରର ବୈଧ୍ୟତା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ଆଧାରକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି । ଏପଟେ ସିବିଏସଇ ନେଇ ଥିବା ଏହି ପଦକ୍ଷେପ ପୁଣି ଏକ ବିବାଦ ସୃଷ୍ଟି କରିବ ନାହିଁ ତ?