ସୁପ୍ରିମକୋର୍ଟରେ ସିବିଏସଇ ଓ ଆଇସିଏସଇ ପରୀକ୍ଷା ମାମଲା : ଶୁଣାଣି ବେଳେ ପକ୍ଷ ରଖିଲେ ଉଭୟ ବୋର୍ଡ । ଜୁଲାଇ ୧୫ ସୁଦ୍ଧା ବାହାରିବ ରେଜଲ୍ଟ । ଗତକାଲି ବକେୟା ଥିବା ପରୀକ୍ଷା ହୋଇଥିଲା ବାତିଲ

535

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ସିବିଏସଇ ଓ ଆଇସିଏସଇ ପରୀକ୍ଷା ମାମଲା । ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ ପକ୍ଷ ରଖିଛନ୍ତି ଉଭୟ ସିବିଏସଇ ଓ ଆଇସିଏସଇ ବୋର୍ଡ । ଜୁଲାଇ ୧୫ ସୁଦ୍ଧା ବାହାରିବ ରେଜଲ୍ଟ । ଗତକାଲି କରୋନା କଟକଣା ଯୋଗୁଁ ସିବିଏସଇ ଓ ଆଇସିଏସଇ ପକ୍ଷରୁ ଆସନ୍ତା ପହିଲାରୁ ୧୫ ତାରିଖ ଯାଏଁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତି ନେଇଛନ୍ତି । ସୁପ୍ରିମକୋର୍ଟରେ ଅଭିଭାବକଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣିବେଳେ ଏହି ସୂଚନା ଦେଇଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା । ଏହା ପରେ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସିବିଏସଇ ଓ ଆଇସିଏସଇ କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଉଭୟ ବୋର୍ଡ କୋର୍ଟକୁ କହିଛନ୍ତି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ବାହାରିବ ।

ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଜୁଲାଇ ୧ ରୁ ୧୫ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ସଲିସିଟର ଜେନେରାଲ । ସେ କହିଛନ୍ତି, ପରୀକ୍ଷା ପାଇଁ ବହୁତ ସ୍କୁଲକୁ ସଂଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିଲା । ତେଣୁ ଆବଶ୍ୟକୀୟ ଭିତିଭୂମି ଅଭାବରୁ ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ଏବଂ ଦ୍ୱାଦଶ ଶ୍ରେଣୀର ପୂର୍ବ ୩ଟି ମାର୍କ ଅନୁସାରେ ମୂଲ୍ୟାଙ୍କନ କରାଯିବ ବୋଲି ସେ କହିଛନ୍ତି । ତେବେ ସ୍ଥିତି ସ୍ୱାଭାବିକ ହେଲେ ଯେଉଁମାନେ ପରୀକ୍ଷା ଦେବାକୁ ଚାହିଁବେ ସେମାନେ ଦେଇପାରିବେ । ଅଗଷ୍ଟରେ ଫଳ ବାହାରିଲେ ସେପ୍ଟେମ୍ବରରେ ଶିକ୍ଷାବର୍ଷ ଆରମ୍ଭ ହେବ । ନିର୍ଦ୍ଦିଷ୍ଟ ଭାବେ କେବେ ଫଳ ପ୍ରକାଶ ପାଇବ ଆସନ୍ତାକାଲି ସ୍ୱଷ୍ଟ ସୂଚନା ଦିଆଯିବ । ସୁପ୍ରିମକୋର୍ଟ କହିଥିଲେ ଶିକ୍ଷା ବର୍ଷ ଆରମ୍ଭରୁ ସବୁକିଛି ସ୍ପଷ୍ଟ ହେବା ଦରକାର ।