ପ୍ରକାଶ ପାଇଲା ସିବିଏସସି ପରୀକ୍ଷା ଫଳ । ଅପୂର୍ବ ସଫଳତା ସହ କମାଲ୍ କଲେ ନାରାୟଣୀ ଇଂରାଜୀ ବିଦ୍ୟାଳୟର ପିଲା ।

Advertisment
ପ୍ରକାଶ ପାଇଲା ସିବିଏସସି ପରୀକ୍ଷା ଫଳ । ଅପୂର୍ବ ସଫଳତା ସହ କମାଲ୍ କଲେ ନାରାୟଣୀ ଇଂରାଜୀ ବିଦ୍ୟାଳୟର ପିଲା ।

କନକ ବ୍ୟୁରୋ: ଜୟପୁର ସ୍ଥିତ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପୂର୍ବ ସଫଳତା ବଜାୟ ରଖିଛି। ସଦ୍ୟ ପ୍ରକାଶିତ ସି ବି ଏସ ସି ଦଶମ ପରୀକ୍ଷା ଫଳରେ ୯୬.୪ ପ୍ରତିଶତ ମାର୍କ ରଖି ସୁଭ୍ରାଜୀତ ସାହୁ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ଅଦିତି ପଟ୍ଟନାୟକ ୯୪ ପ୍ରତିଶତ ମାର୍କ ରଖିଛନ୍ତି ।

ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଅନିକେତ ପଟ୍ଟନାୟକ ପ୍ରଧାନ ଶିକ୍ଷକ ସୌଦାଗର କୁଅର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଫଳତାର ସହ ଦ୍ଵାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲର ଅଧ୍ୟକ୍ଷ ନାରାୟଣୀ ପଟ୍ଟନାୟକ ଏବଂ ଉପାଧ୍ୟକ୍ଷ ପୀୟୂଷ ପଟ୍ଟନାୟକ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe