କନକ ବ୍ୟୁରୋ : ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷାର ଓଡିଆ ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ ଗ୍ରେସ ମାର୍କ ପାଇଲେ ଛାତ୍ରଛାତ୍ରୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହାକୁ ଗୁରୁତ୍ୱର ସହ ନେଇ ୨୪ ଘଣ୍ଟା ଭିତରେ ତ୍ରୁଟି ସୁଧାରିଛି ସିବିଏସଇ । ଯେଉଁ ଛାତ୍ରଛାତ୍ରୀ ତ୍ରୁଟିପୂର୍ଣ୍ଣ ପ୍ରଶ୍ନର ଉତର ଅଳ୍ପ ବହୁତ ଲେଖିଛନ୍ତି, ସେମାନଙ୍କୁ ଫୁଲ ମାର୍କ ଦିଆଯାଇଛି । ଏହାଦ୍ୱାରା ମୋଟ ୨୮ ହଜାର ୩୧୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ତ୍ରୁଟି ସୁଧାରିଲା ସିବିଏସଇ । ଗ୍ରେସ ମାର୍କ ପାଇଲେ ଉତ୍ତର ଲେଖିଥିବା ପିଲା । ସିବିଏସଇ ଦଶମ ଶ୍ରେଣୀ ଟର୍ମ-୧ ଓଡିଆ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନର ଉତର ଲେଖିଥିବା ପିଲାଙ୍କୁ ଗ୍ରେସ ମାର୍କ ମିଳିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିବା ପରେ ଏହାକୁ ଗୁରୁତ୍ୱର ସହ ନେଇ ୨୪ ଘଣ୍ଟା ଭିତରେ ସମାଧାନ କରିଛି ସିବିଏସଇ । ଯେଉଁ ଛାତ୍ରଛାତ୍ରୀ ତ୍ରୁଟିପୂର୍ଣ୍ଣ ପ୍ରଶ୍ନର ଉତର ଅଳ୍ପ ବହୁତ ଲେଖିଛନ୍ତି, ସେମାନଙ୍କୁ ଫୁଲ ମାର୍କ ଦିଆଯାଇଛି । ଏହାଦ୍ୱାରା ମୋଟ ୨୮ ହଜାର ୩୧୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ସିବିଏସଇ ଦଶମ ଶ୍ରେଣୀ ଟର୍ମ-ୱାନ ପରୀକ୍ଷାର ଓଡିଆ ବିଷୟର ୧୩ଟି ପ୍ରଶ୍ନ ଓ ଉତ୍ତରପତ୍ରରେ ତାଳମେଳ ନରହିବାରୁ ସଠିକ୍ ମାର୍କ ମିଳିନଥିବା ଅଭିଯୋଗ ହୋଇଥିଲା । ଚାରୋଟି ପ୍ରଶ୍ନରେ ବ୍ୟାକରଣଗତ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଥିଲା । ବୋର୍ଡ କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ କମ୍ ମାର୍କ ପାଇଥିବା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ବଢିବା ପରେ ହସ୍ତକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୪ ଘଣ୍ଟା ଭିତରେ ସମାଧାନ କରିବାକୁ ସିବିଏସଇ ନିର୍ଦ୍ଦେଶ ଦେଇଥିଲେ । ସିବିଏସଇ ଏକ ବିଶେଷଜ୍ଞ କମିଟି ଗଠନ କରି ତାଙ୍କ ରିପୋର୍ଟ ଆଧାରରେ ଛାତ୍ରଛାତ୍ରୀଙ୍କୁ ଫୁଲ ମାର୍କ ଦେଇଛି ।