ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ : ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଉପଲବ୍ଧ ; ନୂଆପଡା ଜିଲ୍ଲାର ସୃଷ୍ଟି ବଂଶଲ ୯୪% ରଖି ଜିଲ୍ଲା ଟପର

451

କନକ ବ୍ୟୁରୋ : ଚଳିତ ବର୍ଷ ଆଇସିଏସଇ ମାଟ୍ରିକ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbse.nic.inରେ ସେମାନଙ୍କ ପରୀକ୍ଷା ଫଳ ଦେଖି ପାରିବେ। ଏ ବର୍ଷ ସମୁଦାୟ ୮୮. ୭୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅଲଟର୍‌ନେଟିଭ୍ ଆସେସ୍‌ମେଣ୍ଟ୍‌ ସ୍କିମ୍ ଆଧାରରେ ୪୦୦ ଜଣ ଛାତ୍ରଛାତ୍ରୀଙ୍କୁ ଗଣନା କରାଯାଇ ନାହିଁ । ପରେ ସେମାନଙ୍କ ଫଳାଫଳ ପ୍ରକାଶ ପାଇବ । କିନ୍ତୁ, ଏ ବର୍ଷ ସିବିଏସ୍‌ଇ ମେଧା ତାଲିକା ବା ମେରିଟ୍ ଲିଷ୍ଟ୍‌ ପ୍ରକାଶ କରିବ ନାହିଁ ।

ସେପଟେ, ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ର ସୃଷ୍ଟି ବଂଶଲ ୯୪% ନମ୍ବର ରଖି ଜିଲ୍ଲାରେ ଟପର ହୋଇଛନ୍ତି । ଏହି ଖବର ଶୁଣି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଦେବାସହ ସୃଷ୍ଟି ବଂଶଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୃଷ୍ଟି ବଂଶଲ ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ର ନବଜ୍ୟୋତି ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ବିଦ୍ୟାଳୟରେ ସେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠପଢି ଆସୁଥିଲେ। ଚଳିତ ବର୍ଷ ସୃଷ୍ଟି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୯୪ ପ୍ରତିଶତ ମାର୍କ ରଖି ଜିଲ୍ଲା ଓ ସମାଜ ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ଆଇଏଏସ ପଢିବା ପାଇଁ ପ୍ରସ୍ତୁତ ହେବେ ବୋଲି ସୃଷ୍ଟି ବଂଶଲ କହିଛନ୍ତି ।