କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ- ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ପରୀକ୍ଷାରେ ୮୩.୦୧ ପ୍ରତିଶତ ପାସ୍ ହାର ରହିଛି । ଛାତ୍ରଂକ ଅପେକ୍ଷା ଛାତ୍ରୀ ପରୀକ୍ଷାରେ ବାଜିମାତ୍ କରିଛନ୍ତି । ସିବିଏସଇ ଦ୍ୱାଦଶରେ ଟପ୍ କରିଛନ୍ତି ଗାଜିଆବାଦର ମେଘନା ଶ୍ରୀବାସ୍ତବ ।
ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଦେଖିପାରିବେ । ଚଳିତ ବର୍ଷ ୧୧ ଲକ୍ଷ ୮୬ ହଜାର ୩ଶହ ୬ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୬ଶହ ୭୫ ବିଦ୍ୟାଳୟରୁ ମୋଟ ୬୬ ହଜାର ୩ଶହ ୬୭ ଜଣ ଛାତ୍ରଛାତ୍ରୀ ୨ଶହ ୧୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । କେବଳ ଓଡିଶାରୁ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/examination.jpg)
/kanak/media/post_attachments/wp-content/uploads/2018/05/cbse-300x178.jpg)