ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ : ଆଜି ଅପରାହ୍ନରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ରମେଶ ପୋଖରିଆଲ

123

କନକ ବ୍ୟୁରୋ : ଆଜି ସିବିଏସଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ସଂପର୍କରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଜି ଅପରାହ୍ନରେ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଦେଶର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ସୋସିଆଲ ମିଡିଆ ଫେସବୁକ ଓ ଟ୍ୱିଟର ଆକାଉଂଟରୁ ସିଧାପ୍ରସାରଣ ଜରିଆରେ ଛାତ୍ରଛାତ୍ରୀଙ୍କ ସହିତ ପରୀକ୍ଷା ମୂଲ୍ୟାୟନ ନେଇ ଆଲୋଚନା କରିବେ ମନ୍ତ୍ରୀ । ସେହିପରି ଜେଇଇ ମେନ୍ ଓ ନିଟ୍ ପରିକ୍ଷା ସଂପର୍କରେ ମଧ୍ୟ ଘୋଷଣା କରିପାରନ୍ତି । ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍ ପରିକ୍ଷା ଅଗଷ୍ଟ ମାସରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।