ସିବିଏସଇ ପରୀକ୍ଷା ବାତିଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଜୁଲାଇ ୧ ରୁ ୧୫ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ସଲିସିଟର ଜେନେରାଲ । ସେ କହିଛନ୍ତି, ପରୀକ୍ଷା ପାଇଁ ବହୁତ ସ୍କୁଲକୁ ସଂଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିଲା । ତେଣୁ ଆବଶ୍ୟକୀୟ ଭିତିଭୂମି ଅଭାବରୁ ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ଏବଂ ଦ୍ୱାଦଶ ଶ୍ରେଣୀର ପୂର୍ବ ୩ଟି ମାର୍କ ଅନୁସାରେ ମୂଲ୍ୟାଙ୍କନ କରାଯିବ ବୋଲି ସେ କହିଛନ୍ତି । ତେବେ ସ୍ଥିତି ସ୍ୱାଭାବିକ ହେଲେ ଯେଉଁମାନେ ପରୀକ୍ଷା ଦେବାକୁ ଚାହିଁବେ ସେମାନେ ଦେଇପାରିବେ ।
ଅଗଷ୍ଟରେ ଫଳ ବାହାରିଲେ ସେପ୍ଟେମ୍ବରରେ ଶିକ୍ଷାବର୍ଷ ଆରମ୍ଭ ହେବ । ନିର୍ଦ୍ଦିଷ୍ଟ ଭାବେ କେବେ ଫଳ ପ୍ରକାଶ ପାଇବ ଆସନ୍ତାକାଲି ସ୍ୱଷ୍ଟ ସୂଚନା ଦିଆଯିବ । ସୁପ୍ରିମକୋର୍ଟ କହିଛନ୍ତି ଶିକ୍ଷା ବର୍ଷ ଆରମ୍ଭରୁ ସବୁକିଛି ସ୍ପଷ୍ଟ ହେବା ଦରକାର । ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର ଓ ଓଡିଶା ସରକାର ପରୀକ୍ଷା କରିବାକୁ ଅନିଛା ପ୍ରକାଶ କରିଥିଲେ । ବାକିଥିବା ପରୀକ୍ଷାକୁ ନେଇ କେତେକ ଅଭିଭାବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହିପରି ଆଇସିଏସଇର ମଧ୍ୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ତେବେ ଆଇସିଏସଇ ଛାତ୍ରଛାତ୍ରୀଙ୍କ ପରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦେବାକୁ ରାଜି ନଥିବା ଏସଜି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/32-13.jpg)
/kanak/media/post_attachments/wp-content/uploads/2020/06/2-22-300x169.jpg)