୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

222

କନକ ବ୍ୟୁରୋ : ୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଏହାସହ ଜୁନ୍ ୧୦ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ରହିଛି । ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା ହୋଇଛି । ସେହିପରି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରହିଛି ।

ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେବେ । ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ । ଆଜି ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ କରି ପୂର୍ବରୁ ସୂଚନା ଦେଇଥିଲେ । ତାରିଖ ଘୋଷଣା ପରେ ସିବିଏସଇ ପରୀକ୍ଷାକୁ ନେଇ ଚାଲିଥିବା ଅପେକ୍ଷାର ଅନ୍ତ ଘଟିଛି ।