କନକ ବ୍ୟୁରୋ : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ପ୍ରକାଶ ପାଇଲା ସଂପୂର୍ଣ୍ଣ ପରୀକ୍ଷା ସୂଚୀ । ମେ ୪ ରୁ ଜୁନ୍ ୧୧ ଯାଏଁ ଚାଲିବ ସିବିଏସଇ ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସିବିଏସଇର ୨୦୨୧ ଡାଟା ସିଟ୍ ଜାରି କରିବା ସହିତ ଏନେଇ ସୂଚନା ଦେଇଛନ୍ତି । ମେ ୪ ତାରିଖରୁ ଓଡିଆ,କନ୍ନଡ଼ ଓ ଲେପଚା ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରମୁଖ ବିଷୟଗୁଡ଼ିକ ମଧ୍ୟରେ ମେ’ ୬ରେ ଇଂରାଜୀ, ମେ’ ୧୫ରେ ବିଜ୍ଞାନ, ମେ’ ୨୧ରେ ଗଣିତ, ମେ’ ୨୭ରେ ସୋସିଆଲ୍ ସାଇନ୍ସ, ଜୁନ୍ ୭ରେ କମ୍ପ୍ୟୁଟର ଆପ୍ଲିକେସନ୍ ବିଷୟର ପରୀକ୍ଷା ହେବ।
Date-sheet of @cbseindia29 board exams of class Xll.
Wish you good luck!#CBSEpic.twitter.com/LSJAwYpc7j— Dr. Ramesh Pokhriyal Nishank (@DrRPNishank) February 2, 2021
କ'ଣ ରହିଛି ସିବିଏସଇର ପୁରା ପରୀକ୍ଷା ସୂଚୀ ?
- ମେ ୪ ତାରିଖରୁ ଜୁନ୍ ୭ ଯାଏଁ ସିବିଏସଇ ଦଶମ ପରୀକ୍ଷା
- ମେ ୪ ରୁ ଜୁନ୍ ୧୧ ଯାଏଁ ସିବିଏସଇ ଦ୍ୱାଦଶ ପରୀକ୍ଷା
- ମାର୍ଚ୍ଚ ୧ ତାରିଖରୁ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା
- ସିବିଏସଇ ଦଶମର ଗୋଟିଏ ସିଫ୍ଟ ଏବଂ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା
- ସକାଳ ୧୦ଟାରୁ ୧୦ଟା ୧୫ ମିନିଟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ମିଳିବ ପ୍ରଶ୍ନପତ୍ର
- ଦ୍ୱାଦଶ ପିଲାଙ୍କ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୨ଟାରୁ ୨ଟା ୧୫ ମିନିଟ ମଧ୍ୟରେ ମିଳିବ ପ୍ରଶ୍ନପତ୍ର
- ପ୍ରଶ୍ନପତ୍ର ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୧୫ ମିନିଟ ସମୟ
- ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀ ନାମ ଓ ରୋଲନଂ ଉଲ୍ଲେଖ କରିବେ
- ପ୍ରଶ୍ନପତ୍ରରେ ଏହାକୁ ଯାଂଚ କରି ଦସ୍ତଖତ କରିବେ ସୁପରିନଟେଣ୍ଡେଟ୍
- ପ୍ରଥମ ସିଫ୍ଟରେ ସକାଳ ୧୦ଟା ୩୦ ଏବଂ ଦ୍ୱିତୀୟ ସିଫ୍ଟରେ ୨ଟା ୩୦ରୁ ଉତ୍ତର ଲେଖିବେ
ଛାତ୍ରଛାତ୍ରୀ
- ପରୀକ୍ଷା ସମୟରେ ପାଳନ ହେବ କୋଭିଡର ଗାଇଡଲାଇନ୍
ସେପଟେ ଫେବ୍ରୁଆରୀ ୧୦ରୁ ଖୋଲିବ ଯୁକ୍ତ ତିନି ତୃତୀୟ ଓ ପିଜି ପ୍ରଥମ ବର୍ଷ କଲେଜ । ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ ଜୁନରୁ ୧୯ ଜୁନ ମଧ୍ୟରେ ହେବ । ଜୁଲାଇ ୨୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂଚତୃର୍ଥ ବର୍ଷ ୟୁଜି କୋର୍ସରପଂଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ମଧ୍ୟରେ ହେବ । ୩୧ ମେ' ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୮ରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲିବାକୁ ଅନୁମତି ଦିଆଯାଇଛି । ଶ୍ରେଣୀଗୃହରେ କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।