ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଦିନ ୨ ଟାରେ ଫଳ ପ୍ରକାଶ ନେଇ ସୂଚନା

214

କନକ ବ୍ୟୁରୋ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆଜି ଦିନ ୨ ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବ । ବୋର୍ଡ ଅଧିକାରୀ ୱେବସାଇଟ cbseresults.nic.in ରେ ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି ।

କହିରଖୁ କି ସିବିଏସଇ ୨୦୨୧ ଦ୍ୱାଦଶ ଶ୍ରେଣୀ ବୋର୍ଡରେ ୧୬ ଲକ୍ଷ ରୁ ଅଧିକ ଛାତ୍ର ଛାତ୍ରୀ ପଞ୍ଜିକରଣ କରାଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିିବିଏସଇ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଥିଲା । ଅନ୍ୟପଟେ ସିବିଏସଇ ପକ୍ଷରୁ ଏପର୍ଯ୍ୟନ୍ତ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ ।

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଇଁ ରୋଲ ନଂ ଜାରି କରିଛି । ଛାତ୍ର ଛାତ୍ରୀମାନେ ସେମାନଙ୍କ ରୋଲ ନଂ ଅନଲାଇନରେ ଡାଉନଲୋଡ କରିପାରିବେ । ଏହି ରୋଲ ନମ୍ବରକୁ ଆଧାର କରି ସେମାନେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ ।

କହିରଖୁ କି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇବ । ଗଠିତ ପ୍ୟାନେଲର ମୂଲ୍ୟାଙ୍କନ ନୀତି ମୁତାବକ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରୀରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷାରୁ ପ୍ରାପ୍ତ ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ର ଛାତ୍ରୀଙ୍କୁ ମାର୍କ ଦିଆଯିବ ।