ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲଟ୍ । ଦିନ ୧୨ ଟାରେ ସିବିଏସଇର ୱେବସାଇଟରେ ଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ସିବିଏସଇର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ ରେ ରେଜଲଟ୍ ଜାଣିପାରିବେ । ଚଳିତ ଥର ୧୦ ଲକ୍ଷ ୬୭ ହଜାର ୯ ଶହ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଏଥିରୁ ୪ ଲକ୍ଷ ୪୬ ହଜାର ୬୪୧ ଜଣ ଛାତ୍ରୀ ଏବଂ ୬ ଲକ୍ଷ ୨୧ ହଜାର ୨୫୯ ଜଣ ଛାତ୍ର ।