ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ: ବୋର୍ଡ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ । ୨୦ ମାର୍ଚ ଯାଏଁ ଚାଲିବ ଦଶମ ପରୀକ୍ଷା, ୩୦ ମାର୍ଚରେ ସରିବ ଦ୍ୱାଦଶ ପରୀକ୍ଷା

କନକ ବ୍ୟୁରୋ: ସର୍ବ ଭାରତୀୟ ସ୍ତରରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (ସିବିଏସଇ) ଦ୍ୱାରା ପରିଚାଳିତ ହୋଇଥିବା ୨୦୧୯ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ସିବିଏସଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

publive-image

ସିବିଏସଇ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ଉଭୟ ରେଗୁଲାର ଓ ଘରୋଇ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏହି ପରୀକ୍ଷା ଚଳିତ ବର୍ଷ ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ଅପ୍ରେଲ ୩ରେ ଶେଷ ହୋଇଥିଲା।

publive-image

ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ଏହି ପରୀକ୍ଷାର ଫଳ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସ୍ଇର ୱେବସାଇଟ୍ (cbseresults.nic.in)ରେ ଉପଲବ୍ଧ ହେବବୋଲି ମଧ୍ୟ ଜାରି ବିଜ୍ଞପ୍ତରେ କହିଛି ସିବିଏସ୍ଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe