ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ: ଟୁଇଟ ଯୋଗେ ବିଭାଗୀୟ ସଚିବ ଅନିଲ ସ୍ୱରୂପଙ୍କ ସୂଚନା

30

କନକ ବ୍ୟୁରୋ: ବାହାରିଲା ସିବିଏସଇ ରେଜଲ୍ଟ । ବିଭାଗୀୟ ସଚିବ ଅନୀଲ ସ୍ୱରୂପ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ସହାର ୮୬.୭ ପ୍ରତିଶତ ରହିଛି । ପୁଣି ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ପରୀକ୍ଷା ଫଳ ଛାତ୍ରଛାତ୍ରୀ ଜାଣିପାରିବେ । ଚଳିତ ବର୍ଷ ସ୍କୁଲ ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟର ୭୭ ହଜାର ୭୦୮ ଜଣ ଛାତ୍ରଛାତ୍ରୀ ୨୨୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଓଡିଶାରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ୱେବସାଇଟରେ ଛାତ୍ରଛାତ୍ରୀ ଦଶମ ଶ୍ରେଣୀର ରେଜଲ୍ଟ ପାଇପାରିବେ

• ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ ସିବିଏସଇ.ଏନଆଇସି,ଇନକୁ କ୍ଲିକ କରନ୍ତୁ ।

• ଦ୍ୱିତୀୟରେ ଯେଉଁ ମାଟ୍ରିକ ସେକ୍ସନକୁ ଯାଆନ୍ତୁ ।

• ତୃତୀୟ ଷ୍ଟେପ ହେଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ-୨୦୧୮ ଉପରେ କ୍ଲିକ କରନ୍ତୁ ।

• ଚତୁର୍ଥ ଷ୍ଟେପ ହେଉଛି ଆଡମିଟ କାର୍ଡର ଡିଟେଲସ ପରେ ରେଜଲ୍ଟ ହାସଲ କରନ୍ତୁ । ଆପଣ ଏହି ରେଜଲ୍ଟକୁ ଡାଉନଲୋଡ ବି କରିପାରିବେ ।

• ଏହାଛଡା ଫୋନ ମାଧ୍ୟମରେ ମାଧ୍ୟମରେ ଆପଣ ରେଜଲ୍ଟ ଜାଣିପାରିବେ । ଦିଲ୍ଲୀ ଓ ଏହାର ଆଖାପାଖ ଅଂଚଳର ପିଲା ୨୪୩୦୦୬୯୯ ଓ ଅନ୍ୟ ରାଜ୍ୟର ପିଲା ୦୧୧-୨୪୩୦୦୬୯୯ରେ କଲ କରି ରେଜଲ୍ଟ ଜାଣିପାରିବେ ।