ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । 

752

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । ଦଶମ ପରୀକ୍ଷା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ମାନଦଣ୍ଡ ନିର୍ଦ୍ଧାରଣ କରାଯିବ । ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପରୀକ୍ଷା ଫଳ ପ୍ରକାଶ କରିବ ବୋର୍ଡ । ଯେଉଁମାନେ ଫଳାଫଳକୁ ନେଇ ଅସନୁଷ୍ଟ ରହିବେ ସେମାନେ ପୁଣିଥରେ ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେଇପାରିବେ ।

ସେହିଭଳି ଦ୍ୱାଦଶ  ଶ୍ରେଣୀ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଆସନ୍ତା ମେ’ ୪ରୁ ଜୁନ୍ ୧୪ ପର୍ଯ୍ୟନ୍ତ ହୋଇଥାନ୍ତା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା । ତେବେ ଜୁନ୍ ୧ରେ ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ । କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହୁଥିବା କାରଣରୁ ଏଭଳି ନିଷ୍ପତି ନିଆଯାଇଛି ।  ପରୀକ୍ଷା ହେବ  କି ନାହିଁ ତାହା ଜୁନ୍ ୧ର ଆଲୋଚନା ପରେ ସ୍ପଷ୍ଟ ହେବ । ତେବେ ପରୀକ୍ଷା ହେବାକୁ ନିଷ୍ପତି ହେଲେ ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ । କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହୁଥିବା କାରଣରୁ ଏଭଳି ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି ।