ମାର୍ଚ୍ଚ ୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷାର ସୁପରିଚାଳନା  ପାଇଁ ସିବିଏସଇ ପକ୍ଷରୁ ଏଥର ବ୍ୟାପକ ବ୍ୟବସ୍ଥା 

Advertisment
ମାର୍ଚ୍ଚ ୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷାର ସୁପରିଚାଳନା  ପାଇଁ ସିବିଏସଇ ପକ୍ଷରୁ ଏଥର ବ୍ୟାପକ ବ୍ୟବସ୍ଥା 

source: google.co.in

କନକ ବ୍ୟୁରୋ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସିବିଏସଇ ପକ୍ଷରୁ ଆଜି ପ୍ରକାଶ ପାଇଥିବା କାର୍ଯ୍ୟସୂଚୀରେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୫ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ସୁପରିଚାଳନା ଲାଗି ସିବିଏସଇ ପକ୍ଷରୁ ଏଥର ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି।

ସିବିଏସଇ ୱେବସାଇଟ ସିବିଏସଇ.ଏନଆଇସି.ଇନ ଓ ସିବିଏସଇଏକାଡେମିକ.ଇନକୁ ଯାଇ ପରୀକ୍ଷାସୂଚୀ ଡାଉନଲୋଡ କରିପାରିବେ । ଏଥର ସିବିଏସଇ ଦଶମ ପରୀକ୍ଷା ୧୬ ଲକ୍ଷ ୩୮ ହଜାର ୫୫୨ ଛାତ୍ରଛାତ୍ରୀ ଦେବେ । ତା ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୧ ଲକ୍ଷ ୮୬ ହଜାର ୧୪୪ ଜଣ ଛାତ୍ରଛାତ୍ରୀ  ପଂଜୀକରଣ କରିଛନ୍ତି ।

ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୭ ହଜାର ପିଲା ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୨ ହଜାର ପିଲା ନାମ ପଞ୍ଜୀକରଣ କରିଥିବା ସିବିଏସଇ ଆଞ୍ଚଳିକ କାର୍ଯ୍ୟାଳୟପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe