କନକ ବ୍ୟୁରୋ: ଚାରିଆଡେ ବାଜୁଛି ପଞ୍ଚାୟତ ନିର୍ବାଚନ ବିଗୁଲ । ଏଥିପାଇଁ ଜୋରଦାର ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏବେ ଏହି ତ୍ରିସ୍ତରୀୟ ନିର୍ବାଚନ ରଣାଙ୍ଗନରେ ସାମିଲ ହେଉଛନ୍ତି ଉଚ୍ଚ ଶିକ୍ଷିତ ଗୋଷ୍ଠୀ । ଏପରି ଜଣେ ମେଧାବୀ ତଥଶ ଉଚ୍ଚ ଶିକ୍ଷିତା ହେଉଛନ୍ତି ଅସ୍ତରଙ୍ଗ ବ୍ଳକ କେନ୍ଦ୍ରାପଟି ପଞ୍ଚାୟତର ରୁବି ପ୍ରଧାନ ।
ଅସ୍ତରଙ୍ଗ ବ୍ଳକ କେନ୍ଦ୍ରାପଟି ପଞ୍ଚାୟତରୁ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୁବି ପ୍ରଧାନ ।୨୦୧୮ ମସିହାରେ ସିବିଏସସି ବୋର୍ଡରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିବା ରୁବି ବେହେରା ଜଣେ ଶିକ୍ଷୟିତ୍ରୀ ହୋଇ ସମାଜକୁ ଦିଗଦର୍ଶନ ଦେବାକୁ ଲକ୍ଷ୍ୟ ରଖିଥିଲେ । ଏଥିରେ ସଫଳ ହେଲେ ମଧ୍ୟ । କିନ୍ତୁ ଏବେ ନିଜ ଚାରିପଟେ ଲୋକଙ୍କ ସମସ୍ୟାକୁ ଦେଖି ସେମାନଙ୍କୁ ନ୍ୟାୟ ଦେବାକୁ ମନ କରିଛନ୍ତି ରୁବି । ସାଧାରଣ ଜନତାଙ୍କ ପାଇଁ ସରକାର ଯେଉଁ ଯୋଜନା କରୁଛନ୍ତି ଲୋକଙ୍କ ଅଜ୍ଞାନତା ପାଇଁ ହେଉ କି ଅନ୍ୟ କିଛି କାରଣ ପାଇଁ ହେଉ ତାହା ବାଟ ମାରଣା ହେଉଛି । ଫଳରେ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ଲୋକେ । ତେଣୁ ଜଣେ ଶିକ୍ଷିତା ନାଗରିକ ହିସାବରେ ଅନ୍ତତଃ ନିଜ ଇଲାକା ଲୋକଙ୍କ ପାଇଁ ସ୍ୱର ଉଠାଇବା ସହ ସେମାନଙ୍କ ପାଖରେ ସବୁ ସୁବିଧା ସୁଯୋଗ ପହଞ୍ଚାଇବାକୁ ଏବେ ନିଜର ଲକ୍ଷ୍ୟ ବୋଲି ଧରି ନେଇଛନ୍ତି ରୁବି ପ୍ରଧାନ । ଏଥିପାଇଁ ସରପଞ୍ଚ ପଦ ପାଇଁ ଦାଖଲ କରିଛନ୍ତି ନାମାଙ୍କନ ପତ୍ର ।
Follow Us