କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜେଇଇ ମେନ ପରୀକ୍ଷାର ଆୟୋଜନ କରିସାରିଛି । ଯେଉଁଥିରେ ଲକ୍ଷାଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସିଥିଲେ । ପରୀକ୍ଷା ପରେ ପରୀକ୍ଷାର୍ଥୀ କଟଅଫ୍ ଏବଂ ରେଜ୍ଲଟ ବାହାରିବାକୁ ଅପେକ୍ଷା କରିଛନ୍ତି । ସୁଚନା ଅନୁସାରେ ଚଳିତ ବର୍ଷ ୯୫ ରୁ ୧୦୫ ମଧ୍ୟରେ କଟଅଫ୍ ଯିବାର ସମ୍ଭାବନା ରହିଛି ।
ଗତକାଲି ହୋଇଥିବା ଏହି ପରୀକ୍ଷାରେ ଗଣିତ ଏବଂ ଫିଜିକ୍ସ ସେକ୍ସନର ପେପର କଷ୍ଟ ହୋଇଥିବା ବେଳେ ଅନ୍ୟ ସବୁ ପେପର ପ୍ରାୟତଃ ସହଜ ଥିଲା । ଫିଜିକ୍ସରେ ଥିଓରୀ ଏବଂ କାଲକୁଲେସନର ପ୍ରଶ୍ନ ଆସିଥିବାବେଳେ ଏହି ସେକ୍ସନ ବଡ ନଥିଲା । ଫିଜିକ୍ସ ସେକ୍ସନରେ ଦ୍ୱାଦଶରୁ ୧୭ ଟି ପ୍ରଶ୍ନ ଆସିଥିବାବେଳେ ଏକାଦଶରୁ ୧୩ ଟି ପ୍ରଶ୍ନ ଆସିଥିଲା । ସୁଚନା ମୁତାବକ ଏହିବର୍ଷ ୧୦୦ ନମ୍ବର ରଖିବା ପରୀକ୍ଷାର୍ଥୀଙ୍କ ଆଗକୁ ବଢିବା ପାଇଁ ମାର୍ଗ ଖୋଲିଯିବ ।
ପୂର୍ବବର୍ଷ ଜେଇଇ ମେନ ପରୀକ୍ଷାର କଟଅଫ୍ ୮୧ ଥିବାବେଳେ ଓବିସି,ଏସଟି,ଏସସିଙ୍କ ପାଇଁ ଏହି କଟଅଫ୍ ୪୯,୩୨,୨୭ ଥିଲା । ଅନ୍ୟପକ୍ଷରେ ପରୀକ୍ଷାପରେ କିଛି ଅନାଧିକାର ଉତ୍ତରଖାତା ଇଣ୍ଟରନେଟରେ ଆସିଗଲାଣି । ୨୪ ରୁ ୨୭ ଏପ୍ରିଲ ମଧ୍ୟରେ ଉତ୍ତରଖାତାକୁ ଜାରି କରିପାରିବେ । ଏହା ଉପରେ ସବିଶେଷ ତଥ୍ୟ ଆପଣଙ୍କୁ www.jeemain.nic.in ରେ ମିଳିଯିବ । ସୁଚନାନୁସାରେ ସିବିଏସଇ ତରଫରୁ ଆୟୋଜନ କରାଯାଇଥିବା ଏହି ପରୀକ୍ଷାରେ ୧୦୪୩୭୩୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୧୨ ସହରର ୧୬୨୧ ପରୀକ୍ଷାକେନ୍ଦ୍ରରେ ଏହା ଆୟୋଜନ କରାଯାଇଥିଲା ।
ଜେଇଇ ମେନ ୨୦୧୮! ଶୀଘ୍ର ପ୍ରକାଶ ପାଇବ ଉତ୍ତର ଖାତା,ଚଳିତ ବର୍ଷ ଏଭଳି ହୋଇପାରେ କଟଅଫ୍ ।
/kanak/media/post_attachments/wp-content/uploads/2018/04/exam-result-admission.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)