ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (ସିବିଏସଇ) ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଛି । ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ସିବିଏସଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ସିବିଏସ୍ଇ ବୋର୍ଡ ପକ୍ଷରୁ ପକ୍ଷରୁ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସଇର ଆଧିକାରୀକ େଓ୍ଵବସାଇଟ୍ cbse.nic.in cbseresults.nic.in ଉପଲବ୍ଧ ହେଉଛି । ଏହା ଛଡ଼ା ପରୀକ୍ଷାର୍ଥୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲରୁ ଏସଏମଏସ୍ କରି ମଧ୍ୟ ଏସଏମଏସ୍ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ ।
ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜାଣିବାକୁ ମିଳିଛି । ପ୍ରଥମ ସ୍ଥାନରେ ରହିଛନ୍ତି ଦୁଇଜଣ ଛାତ୍ରୀ । ଗାଜିଆବାଦ ମିରଟର ହଂସିକା ଶୁକ୍ଲା, ଉତ୍ତରପ୍ରଦେଶ ମୁଜାଫରନଗରର କରିସ୍ମା ଅରୋରା ପ୍ରଥମ ସ୍ଥାନରେ ରହିବା ସହ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଯୁଗ୍ମ ଟପର୍ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/gurminder-appearing-mathematics-hindustan-government-students-discussing_aa176136-4301-11e8-873d-4d6fb1883171.jpg)
/kanak/media/post_attachments/wp-content/uploads/2019/05/cbsestudentss-k7EC-621x414@LiveMint-300x200.jpg)