କରୋନା ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା: କହିଲେ, ଏଯାଏ ହୋଇନି ଗୋଷ୍ଠୀ ସଂକ୍ରମଣ; ୨ ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ଘରୁ ନବାହାରିବାକୁ ଦେଲେ ପରାମର୍ଶ

1,381

କନକ ବ୍ୟୁରୋ: କରୋନା ନେଇ ଡିଏଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସୂଚନା । ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ଯେ, ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ସଚେତନ ହୁଅନ୍ତୁ । ବାହରକୁ ବାହରନ୍ତୁ ନାହିଁ ଏବଂ ୨ ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଅନେକ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି । କିନ୍ତୁ ଲୋକେ ସଚେତନ ହେଲେ ହିଁ ଯାଇ କରୋନାକୁ ପରାସ୍ତ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ମହାନ୍ତି । ସେହିପରି ସମସ୍ତ ଜ୍ୱର ବା ଥଣ୍ଡା, କାଶ କରୋନା ଭାଇରସର ଲକ୍ଷଣ ନୁହେଁ ।

ତେଣୁ ଜ୍ୱର ,ଥଣ୍ଡା ଅନୁଭବ କଲେ ଭୟଭୀତ ନହୋଇ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ଡିଏଇଟି ଡାକ୍ତର ସିବିକେ ମହାନ୍ତି । ତେବେ କରୋନା ଏବେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ଏବଂ ଓଡିଶାରେ କରୋନାର ସ୍ଥିତି ଷ୍ଟେଟ୍ ଟୁ ରେ ରହିଥିବା ବେଳେ ଓଡିଶାରେ କରୋନା ପଜିଟିଭ ଆସିଥିବା ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା କହିଛନ୍ତି ଡିଏଇଟି ଡାକ୍ତର ସିବିକେ ମହାନ୍ତି ।