କନକ ବ୍ୟୁରୋ : ଓଡିଶାରେ ନାହିଁ ଆବଶ୍ୟକ ଇସିଏମଓ ମେସିନ୍ । ଭୁବନେଶ୍ୱର ସମ୍ ହସ୍ପିଟାଲରେ କେବଳ ଗୋଟିଏ ଇସିଏମଓ ମେସିନ କାର୍ଯ୍ୟକ୍ଷମ ଥିବାବେଳେ, କିମ୍ସରେ ଥିବା ଆଉଗୋଟିଏ ମେସିନଟି ପ୍ରଶିକ୍ଷିତ ଲୋକବଳ ଅଭାବରୁ ଅଚଳ ରହିଛି । ତେବେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଏକ କୃତ୍ରିମ ଫୁସଫୁସ ଭଳି ଇସିଏମଓ ମେସିନ୍ ।
ଫୁସଫୁସ ବାହାରେ ଏକ ମେସିନ ଜରିଆରେ ରକ୍ତରେ ଆବଶ୍ୟକ ଅସ୍କିଜେନ୍ ମିଶ୍ରଣ କରାଯାଏ । ରୋଗୀର ଜୀବନ ବଂଚାଇବା ପାଇଁ ଏହା ଶେଷ ବିକଳ୍ପ । ପୂର୍ବରୁ କେବଳ ଫୁସଫୁସ ପ୍ରତିରୋପଣ ପାଇଁ ଏହି ମେସିନର ଆବଶ୍ୟକ ପଡୁଥିଲା । ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଫୁସଫୁସ ସଂକ୍ରମଣ ଦେଖାଦେଉଥିବାରୁ ଏହି ମେସିନର ଆବଶ୍ୟକ ପଡୁଥିବା କହିଛନ୍ତି ଡିଏମଇଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/vlcsnap-2021-06-08-14h34m27s716.png)