ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ: ଗୋଆ ସରକାରଙ୍କ ଅନୁରୋଧକୁ ମାନିଲା ଗୃହମନ୍ତ୍ରାଳୟ

100

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ । ଗୋଆ ସରକାରଙ୍କ ଗୃହମନ୍ତ୍ରାଳୟକୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ଅନୁରୋଧ କରିବା ପରେ ଏବେ ଗ୍ରୀନ ସିଗନାଲ ମିଳିଛି । ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜୋର ଧରିଛି ।ଗୋଆ ଓ ହରିଆଣା ପୁଲିସର ତଦନ୍ତକୁ ନେଇ ସୋନାଲିଙ୍କ ପରିବାର ସଦସ୍ୟ ଓ ତାଙ୍କ ଝିଅ ଯଶୋଧରା ସନ୍ତୁଷ୍ଟ ନଥିଲେ ଓ ବାରମ୍ବାର ସିବିଆଇ ତଦନ୍ତ ଦାବି କରୁଥିଲେ । ଏପରିକି ପୋଲିସ ତଦନ୍ତରେ ବିଶ୍ୱାସ ନଥିବା ମଧ୍ୟ କହିଥିଲେ । କିଛି ଦିନ ପୂର୍ବରୁ ତାଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।ସୂଚନାଯୋଗ୍ୟ, ସୋନାଲି ଫୋଗଟ ୨୩ ଅଗଷ୍ଟରେ ଗୋଆର ଏକ ରେଷ୍ଟୁରାଂଟରେ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତାଙ୍କୁ ରେଷ୍ଟୁରାଂଟରୁ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ଡ଼ାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ ଏଥିରେ ୨ ଜଣକୁ ଗିରଫ କରିଛି ଗୋଆ ପୁଲିସ ।