ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବନ୍ଧୁ , ରୋଷେୟା ସମସ୍ତଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ୍ । 

232

ଅଭିନେତା ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା ନେଇ ସିବିଆଇ ଜୋର୍‌ଜାର୍‌ ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ସହ ଜଡ଼ିତ ଥିବା ଲୋକଙ୍କୁ ବାରମ୍ବାର ଡାକି ପଚାରାଉଚରା ଜାରି ରଖିଛି। ଏହା ପରେ ବି ସିବିଆଇ ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା ଭଳି ମନେ ହେଉଛି। ଏଣୁ ଖୁବ୍‌ଶୀଘ୍ର ସିବିଆଇ ପଲିଗ୍ରାଫ୍‌ ଟେଷ୍ଟର ସହଯୋଗ ନେବ ବୋଲି ସୂଚନା ମିଳିଛି। ରିୟା ଚକ୍ରବର୍ତୀଙ୍କ ସମେତ ତାଙ୍କ ପରିବାର, ସୁଶା‌ନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ରୋଷେୟା ନିରଜ, ସାମୁଏଲ୍‌ ମିରାଣ୍ଡା ଓ ପୂର୍ବରୁ ସିବିଆଇ ସମନ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସିବିଆଇ ଶୁକ୍ରବାର ରିୟାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା। ସେହିପରି ଶନିବାର ମଧ୍ୟ ପୁଣି ଜେରା ପାଇଁ ମୁମ୍ବାଇ ଡିଆରଡିଓ ଗେଷ୍ଟ୍‌ ହାଉସରେ ହାଜର ହୋଇଥିଲେ ରିୟା। ଆଜି ସିବିଆଇ ତାଙ୍କୁ ଡ୍ରଗ୍‌ସ୍‌ କାରବାର ବିଷୟରେ ପଚା‌ରାଉଚରା କରିଥିବା ସୂଚନା ମିଳିଛି।

Comments are closed.