କନକ ବ୍ୟୁରୋ : କଥିତ ବୀମା ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ଟିମ୍ ଯାଂଚ ପାଇଁ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଂଚିଛି । ଅଧିକାରୀଙ୍କ କହିବା ମୁତାବକ ବୀମା ଦୁର୍ନୀତି ନେଇ ସତ୍ୟପାଲ ମଲ୍ଲିକ ଯେଉଁ ଅଭିଯୋଗ କରୁଛନ୍ତି ତାହାର ସ୍ପଷ୍ଟିକରଣ ପାଇଁ ସିବିଆଇର ଟିମ୍ ସେଠାରେ ପହଂଚିଛନ୍ତି ।

Advertisment

ସୂଚନା ମୁତାବକ ସକାଳ ୧୧.୪୫ ମିନିଟ ସମୟରେ ଦିଲ୍ଲୀ ସୋମ ବିହାର ଅଞ୍ଚଳରେ ଥିବା ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ ସିବିଆଇର ଟିମ୍ ପହଂଚିଛି । ସତ୍ୟପାଲ ମଲ୍ଲିକ ବୀମା ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣିଥିଲେ ସେ ନେଇ ତାଙ୍କୁ ପଚରା ଉଚରା କରାଯିବ ।

ସୂତ୍ର ସୂଚନା ମୁତାବକ ଜଣେ ସିବିଆଇ ଅଧିକାରୀ କହିଛନ୍ତି କି ଏପର୍ଯ୍ୟନ୍ତ ସତ୍ୟପାଲ ମଲ୍ଲିକ ନା ଅଭିଯୁକ୍ତ ନା ସନ୍ଦିଗ୍ଧ ହେଲେ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ତାଙ୍କୁ ସ୍ପଷ୍ଟିକରଣ ଦେବାକୁ ପଡିବ । ସେପଟେ ଗତ ୭ମାସ ମଧ୍ୟରେ ଦ୍ୱିତୀୟଥର ପାଇଁ ସିବିଆଇ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ଜେରା କରିବାକୁ ପହଂଚିଛି ।