୪ ଘଣ୍ଟାର ପଚରାଉଚରା ପରେ ବାହାରକୁ ଆସିଲେ ରାବିଡି ଦେବୀ। କହିଲେ, ‘ଏସବୁ ସବୁବେଳେ ଚାଲିଥାଏ’ 

୪ ଘଣ୍ଟାର ପଚରାଉଚରା ପରେ ବାହାରକୁ ଆସିଲେ ରାବିଡି ଦେବୀ। କହିଲେ, ‘ଏସବୁ ସବୁବେଳେ ଚାଲିଥାଏ’ 

କନକ ବ୍ୟୁରୋ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ଆବାସରେ ସୋମବାର ସିବିଆଇ ଟିମ ପହଞ୍ଚିଛି । ରାବିଡିଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରିଛି ସିବିଆଇ । ଯାଞ୍ଚ  ଏଜେନ୍ସି ଆଇଆରସିଟିସି ଦୁର୍ନୀତି ମାମଲାରେ ପଚରା ଉଚରା କରିଛି । ତାଙ୍କ ଉପରେ ମଧ୍ୟ ଜମି ବଦଳରେ ରେଳବାଇରେ ଚାକିରୀ ଦେବାର ମାମଲା ରହିଛି ।

ସୂଚନା ଅନୁସାରେ, ସିବିଆଇର ୧୨ ଜଣିଆ ଟିମ ରାବିଡିଙ୍କ ଘରେ ପହଞ୍ଚିଥିଲା । ଏଠାରେ ତାଙ୍କୁ ଅଧିକାରୀମାନେ ୪ ଘଣ୍ଟା ପଚରାଉଚରା କରିଥିଲେ । ଏହି ସମୟରେ ସେଠାରେ ଦୁଇ ପୁଅ ତେଜପ୍ରତାପ ଏବଂ ତେଜସ୍ୱୀ ଉପସ୍ଥିତ ରହିଥିଲେ । ସିବିଆଇ ପୂର୍ବରୁ ରାବିଡିଙ୍କୁ ପଚରା ଉଚରା କରିବା ପାଇଁ ନୋଟିସ କରିଥିଲା । ପୂର୍ବରୁ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସିବିଆଇ ନିଷ୍ପତ୍ତିରେ ପରିବର୍ତ୍ତନ କରି ଘରେ ପଚରାଉଚରା ଆରମ୍ଭ କରିଛି । ରାବିଡିଙ୍କ ଓକିଲ ମଧ୍ୟ ବାସଭବନରେ ଉପସ୍ଥିତ ରହିଛନ୍ତି ।  ୪ ଘଣ୍ଟାର ପଚରାଉଚରା ପରେ ବାହାରକୁ ଆସଥିଲେ ରାବିଡି ଦେବୀ । ସେ କହିଛନ୍ତି ‘ଏସବୁ ସବୁବେଳେ ଚାଲିଥାଏ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe