କନକ ବ୍ୟୁରୋ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ଆବାସରେ ସୋମବାର ସିବିଆଇ ଟିମ ପହଞ୍ଚିଛି । ରାବିଡିଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରିଛି ସିବିଆଇ । ଯାଞ୍ଚ ଏଜେନ୍ସି ଆଇଆରସିଟିସି ଦୁର୍ନୀତି ମାମଲାରେ ପଚରା ଉଚରା କରିଛି । ତାଙ୍କ ଉପରେ ମଧ୍ୟ ଜମି ବଦଳରେ ରେଳବାଇରେ ଚାକିରୀ ଦେବାର ମାମଲା ରହିଛି ।
ସୂଚନା ଅନୁସାରେ, ସିବିଆଇର ୧୨ ଜଣିଆ ଟିମ ରାବିଡିଙ୍କ ଘରେ ପହଞ୍ଚିଥିଲା । ଏଠାରେ ତାଙ୍କୁ ଅଧିକାରୀମାନେ ୪ ଘଣ୍ଟା ପଚରାଉଚରା କରିଥିଲେ । ଏହି ସମୟରେ ସେଠାରେ ଦୁଇ ପୁଅ ତେଜପ୍ରତାପ ଏବଂ ତେଜସ୍ୱୀ ଉପସ୍ଥିତ ରହିଥିଲେ । ସିବିଆଇ ପୂର୍ବରୁ ରାବିଡିଙ୍କୁ ପଚରା ଉଚରା କରିବା ପାଇଁ ନୋଟିସ କରିଥିଲା । ପୂର୍ବରୁ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସିବିଆଇ ନିଷ୍ପତ୍ତିରେ ପରିବର୍ତ୍ତନ କରି ଘରେ ପଚରାଉଚରା ଆରମ୍ଭ କରିଛି । ରାବିଡିଙ୍କ ଓକିଲ ମଧ୍ୟ ବାସଭବନରେ ଉପସ୍ଥିତ ରହିଛନ୍ତି । ୪ ଘଣ୍ଟାର ପଚରାଉଚରା ପରେ ବାହାରକୁ ଆସଥିଲେ ରାବିଡି ଦେବୀ । ସେ କହିଛନ୍ତି ‘ଏସବୁ ସବୁବେଳେ ଚାଲିଥାଏ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Rabri_Devi.jpg)