କନକ ବ୍ୟୁରୋ: ‘ଜବ୍ ଫର ଲ୍ୟାଣ୍ଡ’ ଦୁର୍ନୀତି ରେ ‘ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରି ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚୁରା କରୁଛନ୍ତି।

ଏହି ମାମଲାରେ ରାବଡିଙ୍କ ସ୍ୱାମୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରାବ୍‌ଡ଼ୀ ଦେବୀ ଅନ୍ୟତମ। ସଂଗୃହୀତ ସୂଚନା ଅନୁସାରେ, ‘ସିବିଆଇ’ ଅଧିକାରୀମାନେ ତାଙ୍କୁ ‘ଇଣ୍ଡିଆନ୍‌ ରେଲ୍‌ୱେ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌’ (ଆଇଆର୍‌ସିଟିସି) ଦୁର୍ନୀତି ମାମଲାରେ ପଚରା ଉଚରା କରୁଛନ୍ତି।

୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ବେ୦ଳେ ରେଳବାଇରେ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଉପରେ ଏହି ମାମଲା ପର୍ୟ୍ୟବେଶିତ। ସେବ ସମୟରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସଦସ୍ୟମାନଙ୍କୁ ଜମି ଉପହାର ଅଥବା ବିକ୍ରି କରି କେତେକ ପ୍ରାର୍ଥୀ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଫେବ୍ରୁଆରି ୨୭ ତାରିଖ ଦିନ ଦିଲ୍ଲୀର ଏକ ଅଦାଲତ ଲାଲୁ ପ୍ରସାଦ ଯାଦବ, ରାବଡ଼ୀ ଦେବୀ ଏବଂ ଆଉ ୧୪ଜଣଙ୍କୁ ସମନ୍‌ ଜାରି କରିଥିଲେ। ମାର୍ଚ ୧୫ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ସ୍ପେସାଲ୍‌ ଜଜ୍‌ ଗୀତାଞ୍ଜଳି ଗୋଏଲ୍‌ ଉକ୍ତ ସମନ୍‌ରେ ସମସ୍ତ ଅଭିଯୁକ୍ତଙ୍କୁ ନିପର୍ଦେଶ ଦେଇଛନ୍ତି