କନକ ବ୍ୟୁରୋ : ବାଲେଶ୍ୱରରେ ସିବିଆଇ ଟିମ୍ । ଟିମରେ ୧୦ରୁ ୧୨ଜଣ ସିବିଆଇ ସାମିଲ ଅଛନ୍ତି । ଦୁର୍ଘଟଣା ହୋଇଥିବା ସ୍ଥାନକୁ ଯାଇ ସେଠାରେ ତଦନ୍ତ କରିବେ । ଖୁବଶୀଘ୍ର ବାହାନଗା ଷ୍ଟେସନକୁ ଯାଇ ସେଠାରେ ତଦନ୍ତ କରିବେ । ଦୁର୍ଘଟଣାରେ ଜଡିତ ପ୍ରତ୍ୟେକଙ୍କ ସହ ଆଲୋଚନା କରିବେ । କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା ସେନେଇ କାରଣ ଖୋଜିବ ସିବିଆଇ ।