ବିଏସପି ସୁପ୍ରିମୋ ମାୟାବତୀଙ୍କ ପାଇଁ ବଢିଲା ଅଡୁଆ। ଚିନି ମିଲ ଘୋଟାଲାରେ ଏବେ ଇଡି କରିବ ଯାଞ୍ଚ

Advertisment
ବିଏସପି ସୁପ୍ରିମୋ ମାୟାବତୀଙ୍କ ପାଇଁ ବଢିଲା ଅଡୁଆ। ଚିନି ମିଲ ଘୋଟାଲାରେ ଏବେ ଇଡି କରିବ ଯାଞ୍ଚ

କନକ ବ୍ୟୁରୋ: ବିଏସପି ସୁପ୍ରିମୋ ମାୟାବତୀଙ୍କ ପାଇଁ ବଢିଲା ଅଡୁଆ । ଚିନି ମିଲ ଘୋଟାଲାରେ ଏବେ ଇଡି କରିବ ଯାଂଚ । ମନି ଲଣ୍ଡ୍ରିଙ୍ଗ ମାମଲାର ଯାଂଚ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଯାଂଚ ସମୟରୁ ମିଳିଥିବା ସମସ୍ତ ଦସ୍ତାବିଜକୁ ସିବିଆଇ ଇଡିକୁ ହସ୍ତାନ୍ତର କରିଛି । ପୂର୍ବରୁ ସିବିଆଇ ଏହି ମାମଲାର ଯାଂଚ କରିଥିଲା ।

publive-image

ଉତରପ୍ରଦେଶରେ ମାୟାବତୀଙ୍କ ଶାସନ ସମୟରେ ଅର୍ଥାତ ୨୦୧୦--୧୧ରେ ୨୧ଟି ଚିନି ମିଲକୁ ଭୂଲ ପ୍ରକ୍ରିୟାରେ ବିକ୍ରି କରାଯାଇଥିବାର ଅଭିଯୋଗ ରହିଛି । ସରକାର ନମ୍ରତା ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀକୁ ଫାଇଦା ପହଁଚାଇବାକୁ ଯାଇ ମିଥ୍ୟା ବାଲାନ୍ସ ସିଟ ଓ ନିବେଶର ମିଥ୍ୟା କାଗଜପତ୍ର ଆଧାରରେ ନୀଲାମିରେ ସାମିଲ ହେବା ପାଇଁ ଯୋଗ୍ୟ ମାନିନେଇଥିଲେ ।

publive-image

୨୦୧୭ରେ ୟୁପିରେ ଯୋଗି ସରକାର ଆସିବା ପରେ ଚିନି ମିଲ ଘୋଟାଲା ମାମଲାର ଯାଂଚ ସିବିଆଇ ଦ୍ୱାରା ଆରମ୍ଭ କରିଥିଲେ । ଏହି ଚିନ ମିଲ ବିକ୍ରିରେ ୧୧୭୯ କୋଟି ଟଙ୍କାର କ୍ଷତି ହୋଇଥିଲା । ସିବିଆଇ ଯାଂଚ ବେଳେ ମାମଲା ମନିଲଣ୍ଡ୍ରିଙ୍ଗ ଜଣାପଡିବା ପରେ ଇଡି ହାତକୁ ତଦନ୍ତ ଭାର ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe