ବିଏସପି ସୁପ୍ରିମୋ ମାୟାବତୀଙ୍କ ପାଇଁ ବଢିଲା ଅଡୁଆ। ଚିନି ମିଲ ଘୋଟାଲାରେ ଏବେ ଇଡି କରିବ ଯାଞ୍ଚ

122

କନକ ବ୍ୟୁରୋ: ବିଏସପି ସୁପ୍ରିମୋ ମାୟାବତୀଙ୍କ ପାଇଁ ବଢିଲା ଅଡୁଆ । ଚିନି ମିଲ ଘୋଟାଲାରେ ଏବେ ଇଡି କରିବ ଯାଂଚ । ମନି ଲଣ୍ଡ୍ରିଙ୍ଗ ମାମଲାର ଯାଂଚ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଯାଂଚ ସମୟରୁ ମିଳିଥିବା ସମସ୍ତ ଦସ୍ତାବିଜକୁ ସିବିଆଇ ଇଡିକୁ ହସ୍ତାନ୍ତର କରିଛି । ପୂର୍ବରୁ ସିବିଆଇ ଏହି ମାମଲାର ଯାଂଚ କରିଥିଲା ।

ଉତରପ୍ରଦେଶରେ ମାୟାବତୀଙ୍କ ଶାସନ ସମୟରେ ଅର୍ଥାତ ୨୦୧୦–୧୧ରେ ୨୧ଟି ଚିନି ମିଲକୁ ଭୂଲ ପ୍ରକ୍ରିୟାରେ ବିକ୍ରି କରାଯାଇଥିବାର ଅଭିଯୋଗ ରହିଛି । ସରକାର ନମ୍ରତା ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀକୁ ଫାଇଦା ପହଁଚାଇବାକୁ ଯାଇ ମିଥ୍ୟା ବାଲାନ୍ସ ସିଟ ଓ ନିବେଶର ମିଥ୍ୟା କାଗଜପତ୍ର ଆଧାରରେ ନୀଲାମିରେ ସାମିଲ ହେବା ପାଇଁ ଯୋଗ୍ୟ ମାନିନେଇଥିଲେ ।

୨୦୧୭ରେ ୟୁପିରେ ଯୋଗି ସରକାର ଆସିବା ପରେ ଚିନି ମିଲ ଘୋଟାଲା ମାମଲାର ଯାଂଚ ସିବିଆଇ ଦ୍ୱାରା ଆରମ୍ଭ କରିଥିଲେ । ଏହି ଚିନ ମିଲ ବିକ୍ରିରେ ୧୧୭୯ କୋଟି ଟଙ୍କାର କ୍ଷତି ହୋଇଥିଲା । ସିବିଆଇ ଯାଂଚ ବେଳେ ମାମଲା ମନିଲଣ୍ଡ୍ରିଙ୍ଗ ଜଣାପଡିବା ପରେ ଇଡି ହାତକୁ ତଦନ୍ତ ଭାର ଦିଆଯାଇଛି ।