କନକ ବ୍ୟୁରୋ: ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଦିନରାତି ଏକ କରିଦେଇଛି ସିବିଆଇ । ଆଜି ସକାଳୁ ସକାଳୁ ବିବନକୁ ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କରିଛି ସିବିଆଇ । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା ? କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ ? କେମିତି କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା ? ସିବିଆଇ ଆଗରେ ସେ ସବୁକୁ କରି ଦେଖାଇଛି ।
ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ହିଁ ଏହି ଗୁଣଦୁଷ୍କର୍ମ ଘଟଣାର ମୁଖ୍ୟ ଦୋଷୀ - ଏହାକୁ କୋର୍ଟରେ ପ୍ରମାଣ କରିବା ପାଇଁ କେଉଁ କେଉଁ ପ୍ରମାଣ ଦରକାର ହେବ ସେ ଦିଗରେ ଏବେ କାମ କରୁଛି ସିବିଆଇ । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ ବିବନକୁ ଦୋଷୀ ସାବ୍ୟସ୍ତ କରିବାରେ ସିନ ରିକ୍ରିଏସନ ଏକ ବଳିଷ୍ଠ ପ୍ରମାଣ ସାବ୍ୟସ୍ତ ହେବ ।
କେବଳ ସେତିକି ନୁହେଁ ଏହି ୨ ଦିନର ରିମାଣ୍ଡ ଅବଧି ଆଜି ଶେଷ ହେଉଥିବାରୁ କୌଣସି ମୌକା ହାତଛଡା କରିବାକୁ ଚାହିଁନି ସିବିଆଇ । ବିବନ ବିଶ୍ୱାଳକୁ ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଣି ସିବିଆଇ କାର୍ଯ୍ୟାଳୟକୁ ନେଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିବନକୁ ପୁଣି ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଛି ସିବିଆଇ ।
ସିବିଆଇର ଆଇନ ପରାମର୍ଶଦାତାଙ୍କ କହିବାନୁସାରେ ସିବିଆଇକୁ ଯେଉଁସବୁ ତଥ୍ୟ ମିଳିଛି ତାହା ତଦନ୍ତରେ ସହାୟକ ହେବ । ଅନ୍ୟପଟେ ସିନ ରିକ୍ରିଏସନ ଏବଂ ସିବିଆଇର ପଚରାଉଚରା ପରେ ବିବନ ବିଶ୍ୱାଳକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦରକାର ପଡିଲେ ବିବନକୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/16-3.jpg)