କନକ ବ୍ୟୁରୋ: ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ପହଁଚି ଯାଇଛି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ । ଏହି ମାମଲାରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚୁରା କରିବ ସିବିଆଇ । ଏଥିପାଇଁ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିଛି । ଏପ୍ରିଲ ୧୬ତାରିଖରେ ଅର୍ଥାତ ଆସୁଥିବା ରବିବାର ସିବିଆଇରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ କରିଛି ସିବିଆଇ ।

Advertisment

ଅବକାରୀ ଦୁର୍ନୀତି ମାମଲାରେ କରାଯିବ ପଚରାଉଚୁରା
ପ୍ରଶ୍ନ ଉଠାଇଲା ଆମ ଆଦମି ପାର୍ଟି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବାବେଳେ ଏବେ କେଜ୍ରିୱାଲଙ୍କୁ ପଚରାଚୁରା ପାଇଁ ସମନ ପଠାଇବା ପରେ, ପ୍ରଶ୍ନ ଉଠାଇଛି ଆମ ଆଦମି ପାର୍ଟି । ଆପ ସାଂସଦ ସଞ୍ଜୟ ସିଂ ପ୍ରେସମିଟ୍ କରି ସିବିଆଇ ଓ ମୋଦୀ ସରକାର ଉପରେ ବର୍ଷିଛନ୍ତିି । କହିଛନ୍ତି, ଆମ ଆଦମି ପାର୍ଟିକୁ ରାଷ୍ଟ୍ରୀୟ ଦଳର ମାନ୍ୟତା ମିଳିବା ପରେ, ବିଜେପି ଚାପ ସୃଷ୍ଟି କରିବାକୁ ଚାହୁଁଛି । କିନ୍ତୁ ଅତ୍ୟାଚାର ଅନ୍ତ ନିଶ୍ଚିତ ହେବ । ତେବେ କେଜ୍ରିୱାଲ ସିବିଆଇରେ ହାଜର ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେପି କହିଛି, ସିବିଆଇ ତା କାମ କରୁଛି ।

ଏହି ମାମଲାରେ ଗତ ଫେବ୍ରୁଆରୀ ୨୬ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେବେଠାରୁ ସିସୋଦିଆ ଜେଲରେ ଅଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀ ଏକସାଇଜ୍ ଡିପାର୍ଟମେଂଟର ତିନି ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରାୟ ୯ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ସିବିଆଇ ।