ନୋଟିସ ପରେ ବି ହାଜର ହେଉନାହାନ୍ତି ରାଜୀବ କୁମାର୍ । ଧରିବା ପାଇଁ ଗଠନ ହେଲା ସିବିଆଇର ସ୍ୱତନ୍ତ୍ର ଟିମ୍ ।

Advertisment
ନୋଟିସ ପରେ ବି ହାଜର ହେଉନାହାନ୍ତି ରାଜୀବ କୁମାର୍ । ଧରିବା ପାଇଁ ଗଠନ ହେଲା ସିବିଆଇର ସ୍ୱତନ୍ତ୍ର ଟିମ୍ ।

amarujala.com

ବାରମ୍ବାର ନୋଟିସ ପରେବି ସିବିଆଇରେ ହଜର ହେଉନାହାନ୍ତି କୋଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାର । ତେଣୁ ତାଙ୍କୁ ଧରିବା ପାଇଁ ସିବିଆଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ରାଜୀବ କୁମାରଙ୍କୁ ସିବିଆଇରେ ହାଜର ହେବାପାଇଁ ଦୁଇଥର ନୋଟିସ୍ ହୋଇଥିବା ସତ୍ତ୍ବେ ସେ ସିବିଆଇରେ ହାଜର ହୋଇନାହାନ୍ତି।
ତେବେ ଗତକାଲି ପୂର୍ବାହ୍ନ ୧୦ଟାରେ ରାଜୀବ କୁମାରଙ୍କୁ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ସେ ହାଜର ହୋଇନାହାନ୍ତି। ଗତ ଶୁକ୍ରବାରଠାରୁ ରାଜୀବ କୁମାରଙ୍କର କିଛି ଖୋଜ ଖବର ନାହିଁ। ତେଣୁ ତାଙ୍କୁ ଖୋଜିବା ପାଇଁ ସିବିଆଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ସିବିଆଇ ପଶ୍ଚିମବଙ୍ଗ ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ରାଜୀବ କୁମାରଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେବାପାଇଁ କହିଛି। ଅନ୍ୟପକ୍ଷେ ସାରଦା ଚିଟଫଣ୍ଡ୍ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନ ବରାସତ ଜିଲ୍ଲା ଏବଂ ସେସନ୍ସ କୋର୍ଟରେ ଖାରଜ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe