ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଆଜି ହେବ ଟିଆଇ ପରେଡ : ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି

୨୨ବର୍ଷ ପରେ ବିବନକୁ ଚିହ୍ନଟ କରିବା ହୋଇପାରେ ବଡ ଚ୍ୟାଲେଂଜ

122

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଆଜି ହେବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆର ପରେଡ । ଭୁବନେଶ୍ୱର ଝାଡପଡା ଜେଲରେ ଏହି ଟିଆଇ ପରେଡ ହେବ । ଜେଲରେ ଥିବା ବିବନର ଟିଆଇ ପରେଡ ମାଜିଷ୍ଟ୍ରେଟଙ୍କ ସାମ୍ନାରେ କରିବ ସିବିଆଇ । ପ୍ରକୃତରେ ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି । ଘଟଣାର ୨୨ବର୍ଷ ପରେ ବିବନକୁ ଚିହ୍ନଟ କରିବା ସବୁଠାରୁ ବଡ ଚ୍ୟାଲେଂଜ ହୋଇପାରେ ।

ସେପଟେ ଚୌଦ୍ୱାର ଜେଲରେ ଥିବା ଧୀରେନ୍ଦ୍ର ଓରଫ ଟୁନିଆ ମହାନ୍ତିକୁ ମଧ୍ୟ ବିବନର ଫଟୋ ଦେଖାଇବ ସିବିଆଇ । ଆବଶ୍ୟକ ପଡିଲେ ବିବନକୁ ଧୀରେନ୍ଦ୍ର ସାମ୍ନାରେ ବ୍ୟକ୍ତିଗତ ହାଜର କରାଯିବ । ପୀଡିତା ଓ ଧୀରେନ୍ଦ୍ର ହିଁ ସ୍ପଷ୍ଟ କରିବେ ଇଏ ୨୨ବର୍ଷ ତଳର ସେହି ଗଣଦୁଷ୍କର୍ମ ମାଷ୍ଟରମାଇଣ୍ଡ ବିବନ । ଟିଆଇ ପରେଡ ପାଇଁ ସିବିଆଇର ସ୍ପେଶାଲ ଜଜ ଅନୁମତି ଦେଇଥିଲେ । ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ ଦୁଇଦିନ ଧରି ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।

କିଛି ଦିନ ତଳେ ଗଣଦୁଷ୍କର୍ମ ମାମଲା ମୁଖ୍ୟ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ କମିଶନରେଟ୍ ପୁଲିସ ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତକୁ ଧରିଥିଲା । ବିବନ ବିଶ୍ୱାଳ ସେଠାରେ ନାମ ଗୋପନ ରଖି ଅନ୍ୟ ଏକ ନାଁରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା । ଘଟଣାର ୨୨ ବର୍ଷ ପରେ  ବିବନ ବିଶ୍ୱାଳ ଗିରଫ ହୋଇଥିଲା ।