ରାବଡି ଦେବୀଙ୍କ ଘରେ ସିବିଆଇ । ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଜେରା।

161

କନକ ବ୍ୟୁରୋ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ଘରେ ସିବିଆଇ । ସିବିଆଇର ଏକ ୧୨ ଜଣିଆ ଟିମ୍ ସୋମବାର ସକାଳୁ ପାଟନା ସ୍ଥିତ ବାସଭବନରେ ପହଞ୍ଚିଥିଲା । ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପତ୍ନୀ ଅଟନ୍ତି ରାବିଡି ଦେବୀ । ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ଆଜି ରାବିଡି ଦେବୀଙ୍କୁ ପଚରାଉଚରା କରିଛି ସିିବିଆଇର ଟିମ୍ । ଏହି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନାଁ ସହ ୧୪ ଜଣଙ୍କ ନାଁ ରହିଛି । ତାଙ୍କ ବାସଭବନ ବାହାରେ ଆଜି କଡା ସୁରକ୍ଷା ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରାୟ ୪ ଘଣ୍ଟା ପରେ ସିବିଆଇର ଟିମ ବାସଭବନ ବାହାରକୁ ବାହାରିଥିଲା । ଅନ୍ୟପଟେ ବାସଭବନ ବାହାରେ କିନ୍ତୁ ସିବିଆଇର ପ୍ରବେଶକୁ ସହଜରେ ଗ୍ରହଣ କରିପାରିନଥିଲେ ଆରଜେଡି କର୍ମୀ । ଆରଜେଡି କର୍ମୀମାନେ ସିଧାସଳଖ ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ୨୦୨୪ ରେ ଜନତା ଏହାର ଜବାବ ଦେବେ । ଅନ୍ୟପଟେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କୌଣସି ନା କୌଣସି ଆଳରେ ସିବିଆଇ, ଇଡି ଓ ଇନକମ୍ ଟ୍ୟାକ୍ସ ବିଭାଗ ଘରକୁ ଆସନ୍ତି । ୨୦୨୪ ଯାଏଁ ଏହି ଧାରା ଜାରି ରହିବ ବୋଲି ସେ କହିଛନ୍ତି । ସେହିପରି ଏହି ମାମଲାରେ ସିବିଆଇ ଲାଲୁଙ୍କୁ ମଧ୍ୟ ସମନ ପଠାଇଛି । ମଙ୍ଗଳବାର ଲାଲୁଙ୍କୁ ଏନେଇ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଅନ୍ୟପଟେ ସିବିଆଇର ଜେରାକୁ ନେଇ କଂଗ୍ରେସ ମୁଁହ ଖୋଲିଛି । ବିରୋଧୀଙ୍କ ସ୍ୱରକୁ ବିଜେପି ଚାପିଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ୍ ତରଫରୁ କୁହାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଉପରେ କେନ୍ଦ୍ରୀୟ ସଂସ୍ଥାର ଚଢାଉକୁ ନେଇ ଚିଠି ଲେଖିଥିଲେ ବିରୋଧୀ ଦଳର ୯ ଜଣ ନେତା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି, ସିବିଆଇ ପରି ସଂସ୍ଥାର ଅପବ୍ୟବହାର ହେଉଛି । ତେଣୁ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀା