ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା, ତଦନ୍ତ ପାଇଁ ୯ ଟି ଏଫଆଇଆର ଦାଖଲ କଲା ସବିଆଇ

111

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଗୁରୁବାର ଦିନ ସିବିଆଇ ବଡ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି । ଏହି ମାମଲାଗୁଡିକର ତଦନ୍ତ ପାଇଁ ସବିଆଇ ପକ୍ଷରୁ ୯ ଟି ଏଫଆଇଆର ଦାଖଲ କରାଯାଇଛି । ସମାଚାର ଏଜେନ୍ସି ଏଏନଆଇର ସୂଚନା ମୂତାବକ ଏବେ ସିବିଆଇର ୪ ଟି ଟିମ୍ ଅପରାଧ ସ୍ଥଳକୁ ଯାଇଛନ୍ତି । ଏହି ଘଟଣାରେ ଆଉ କିଛି ମାମଲା ଦାଖଲ କରାଯିବ ବୋଲି ଆଶା କରାଯାଉଛି । କୋଲକତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଚଳିତ ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ଯାଂଚ ସିବିଆଇ ହାତକୁ ଦେଇଥିଲେ ।

କହିରଖୁ କି ଏହା ପୂର୍ବରୁ ଅଗଷ୍ଟ ୧୯ ତାରିଖରେ କୋଲକତା ହାଇକୋର୍ଟ ମମତା ବାନାର୍ଜୀଙ୍କୁ ଏକ ବଡ ଝଟକା ଦେଇ ନିର୍ବାଚନ ପରେ ହୋଇଥିବା ହିଂସାର ଯାଂଚ ସିବିଆଇ ହାତକୁ ଦେଇଥିଲା । ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ କି କୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ଏହିସବୁ ମାମଲାର ଯାଂଚ କରିବ । ସେହିଭଳି ଅନ୍ୟକିଛି ମାମଲାର ଯାଂଚ ଏସଆଇଟି କରିବ ବୋଲି କୋର୍ଟ କହିଥିଲେ ।

ମାନବାଧିକାର ଆୟୋଗ ତରଫରୁ ଏହିସବୁ ମାମଲାର ଯାଂଚ ସିବିଆଇକୁ ଦିଆଯାଉ ବୋଲି କୋର୍ଟରେ ଆବେଦନ କରାଯାଇଥିଲା । ସେ ତାଙ୍କ ରିପୋର୍ଟରେ ଏଭଳି ହିଂସା ପାଇଁ ମାମତା ବାନାର୍ଜୀ ଦୋଷୀ ବୋଲି ରିପୋର୍ଟ କରାଯାଇଥିଲା । ଆୟୋଗ ତରଫରୁ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା କି, ଦୁଷ୍କର୍ମ ଓ ହତ୍ୟା ଭଳି ମାମଲାର ଯାଂଚ ସିବିଆଇ ହାତକୁ ଦିଆଯାଉ ଓ ଏହି ସବୁ ମାମଲାର ଶୁଣାଣି ପଶ୍ଚିମବଙ୍ଗ ବାହାରେ କରାଯାଉ । ଏହାସହ ଅନ୍ୟସବୁ ମାମଲାର ଯାଂଚ ବିଶେଷ ଯାଂଚ ଟିମ (ଏସଆଇଟି) ଦ୍ୱାରା କରାଯାଉ ବୋଲି ଆୟୋଗ ଦାବି କରିଥିଲା ।

ସୂଚନା ଥାଉକି ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟର ଅନେକ ସହରେରେ ହିଂସା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ରାଜ୍ୟପାଳ ଜଗଦୀଶ ଧନଖଡ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତ ପରିବାରକୁ ଭେଟିଥିଲେ ।